ETV Bharat / state

ନାବାଳିକାକୁ ଦୁଷ୍କର୍ମ ! ଅଭିଯୁକ୍ତ ଗିରଫ

author img

By

Published : Nov 18, 2021, 3:53 PM IST

ଜଗତସିଂହପୁର ଜିଲ୍ଲା ପାରାଦ୍ବୀପରେ 13 ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚୁରା କରୁଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ପାରାଦ୍ବୀପରେ 13 ବର୍ଷର ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ଲକ୍‌ ଥାନା ଅଞ୍ଚଳରେ ଘଟିଛି ନିନ୍ଦନୀୟ ଘଟଣା । ଆଜି(ଗୁରୁବାର) ସକାଳେ ଉକ୍ତ ଅଞ୍ଚଳରେ ଜଣେ ନାବାଳିକା ଶୌଚ ହେବାକୁ ଯାଇଥିବା ସମୟରେ ତାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ ଚଳାଇଥିବା ସୂଚନା ମିଳିଛି ।

ସକାଳ ସମୟରେ ନାବାଳିକା ଜଣକ ଟ୍ୟୁସନ ଯିବା ପୂର୍ବରୁ ଶୌଚ ପାଇଁ ଯାଇଥିଲା । ଏହି ସମୟରେ ନିକଟରେ ଥିବା ଅଭିଯୁକ୍ତ ସମୀର ସ୍ବାଇଁ ଝିଅଟିକୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲା । ନାବାଳିକା ଜଣକ ଚିତ୍କାର କରିବାକୁ ଚେଷ୍ଟା କରିବାରୁ ଅଭିଯୁକ୍ତ ପୀଡିତାଙ୍କ ପାଟି ବନ୍ଦ କରି ଦୁଷ୍କର୍ମ କରିଥିଲା । ତେବେ ପାଟି ଖୋଲିଲେ ମାରି ଦେବାକୁ ଧମକ ଦେଇଥିବା ମଧ୍ୟ ଜଣାପଡ଼ିଛି ।

ଘଟଣା ବିଷୟରେ ଝିଅର ମା' ନିଜ କାର୍ଯ୍ୟରୁ ଫେରି ସମସ୍ତ ବିଷୟରେ ଜାଣିବା ପରେ ଲକ ଥାନାରେ ଏତଲା ଦେଇଥିଲେ । ତେବେ ଅଭିଯୁକ୍ତ ଫେରାର ଥିବାରୁ ପୋଲିସ ଚାରିଆଡ଼େ କଡା ନଜର ରଖିଥିଲା । ଅଭିଯୁକ୍ତ ଆଜି ବୁଲୁଥିବା ଖବର ପାଇ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.