ETV Bharat / state

ସୀମା ଟପିଲା ପାଶବିକତା, ଅପହରଣ କରି 4 ଦିନ ଧରି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

author img

By

Published : Sep 4, 2022, 1:45 PM IST

Updated : Sep 4, 2022, 2:25 PM IST

ଆଶାକର୍ମୀଙ୍କୁ ଅପହରଣ କରି ଦୁଷ୍କର୍ମ ଘଟଣା ଲୋକଙ୍କ ମନରୁ ନ ଲିଭୁଣି ପାରାଦ୍ବୀପରେ ପୁଣି ଏକ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି । ଜଣେ ନାବାଳିକାକୁ ଅପହରଣ କରି ୪ ଦିନ କାଳ ୪୫ ବର୍ଷର ଅଭିଯୁକ୍ତ ଜୋରଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଅପହରଣ କରି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ୪ଦିନ କାଳ ନିର୍ଯାତନା ଦେଉଥିଲା ଅଭିଯୁକ୍ତ

ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପ ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ନିନ୍ଦନୀୟ, ଲଜ୍ଜାଜନକ ଘଟଣା ସାମନାକୁ ଆସିଛି । ଆଶାକର୍ମୀଙ୍କୁ ଦୁଷ୍କର୍ମ ଘଟଣା ଅଞ୍ଚଳବାସୀଙ୍କ ମନରୁ ନ ଲିଭୁଣୁ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିବା ଭଳି ଛାତି ଥରାଇବା ଘଟଣା ଘଟିଛି । ଜଣେ ଡ୍ରାଇଭର ନାବାଳିକାକୁ ଅପହରଣ କରି ନିଜ ଘରେ ପ୍ରାୟ ୪ଦିନ କଳା ଜୋରଜବରଦସ୍ତ ଦୁଷ୍କର୍ମ (Minor girl allegedly raped for 4 days) କରିଥିବା ଅଭିଯୋଗ ହୋଇଛି ।

ଅପହରଣ କରି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଗଣେଶ ଚତୁର୍ଥୀ ଦିନ ନାବାଳିକା ଜଣକ ପୂଜାକୁ ଯାଉଥିବା ସମୟରେ ଅଭିଯୁକ୍ତ ଅନିଲ ନାୟକ ନାବାଳିକାକୁ ଗାଡ଼ିରେ ବସିବାକୁ କହିଥିଲା । ଏହାପରେ ତାକୁ ଜୋରଜବରଦସ୍ତ ଅପହରଣ କରି ଲକଥାନା ଅଧୀନରେ ଥିବା ଏକ ଘରକୁ ନେଇଥିଲା । ସେଠାରେ ନାବାଳିକାକୁ ବିଭିନ୍ନ ପ୍ରକାର ଶାରୀରିକ ନିର୍ଯାତନା ଦେବା ସହିତ ୪ଦିନ ଧରି ଦୁଷ୍କର୍ମ କରିଥିଲା । ନାବାଳିକା ଝିଅଟି ଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ଅଭିଯୁକ୍ତର ନଜର ବନ୍ଦୀରେ ରହିଥିବାରୁ ବାହାରକୁ ବାହାରିବା ଅସମ୍ଭବ ହୋଇଥିଲା ।

ଏହା ବି ପଢନ୍ତୁ- ପାରାଦ୍ୱୀପରେ ଚାଞ୍ଚଲ୍ୟ, ଆଶାକର୍ମୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଅଟକ

ନାବାଳିକ ଜଣକ ଉପସ୍ଥିତ ବୁଦ୍ଧି ଖଟାଇ ମା' ଦେଇଥିବା ୫ ଶହ ଟଙ୍କାକୁ ଏକ ଛୋଟ ଝିଅକୁ ଦେଇ ନିଜର ଭଉଣୀକୁ ଦେବାକୁ କହିଥିଲା । ଯାହାଫଳରେ ଟଙ୍କା ଦେବାକୁ ଆସିଥିବା ଝିଅ ଠାରୁ ବିସ୍ତୃତ ସୂଚନା ପାଇବାପରେ କଳିଙ୍ଗ ମହିଳା ଶକ୍ତିର ସଭାନେତ୍ରୀ ମନୋରମା ଖଟୁଆଙ୍କ ସହଯୋଗରେ ନାବାଳିକାର ପିତାମାତା ନିଜ ଝିଅଟିକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ନାବାଳିକା ଠାରୁ ସମସ୍ତ ଘଟଣା ଶୁଣିବାପରେ ପରିବାର ସହିତ ଲକ ଥାନାରେ ଅଭିଯୋଗ କରିଥିଲେ ପୀଡିତାଙ୍କ ପରିବାର ଲୋକେ ।

ଅଭିଯାଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତ ଅନିଲ ନାୟକକୁ ଗିରଫ କରିବାରେ ସଫଳ ହେବା ସହିତ ଘଟଣାରେ ଆଉ କିଏ ସାମିଲ ଥିବା ସନ୍ଦେହ କରି ତଦନ୍ତ ଚଳାଇଛି । ତେବେ ଅଭିଯୁକ୍ତ ଅନିଲ ନାୟକକୁ ୪୫ବର୍ଷରୁ ଊର୍ଦ୍ଧ୍ବ ହୋଇଥିବା ବେଳେ ସେ ଏକାଧିକ ବିବାହ କରିଥିବା ନେଇ ନାବାଳିକା ଝିଅର ପରିବାର ଲୋକେ ଅଭିଯୋଗ ଆଣିବା ସହିତ ଅଭିଯୁକ୍ତକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ।

ତେବେ ସୂଚନା ଥାଉକି ଗତ କିଛି ଦିନ ପୂର୍ବରୁ ପାରାଦ୍ବୀପ ନେହେରୁ ବଙ୍ଗଳା ନିକଟରେ ଜଣେ ଆଶାକର୍ମୀଙ୍କୁ ଅପହରଣ କରି କାର ଭିତରେ ଦୁଷ୍କର୍ମ କରିଥିଲେ କିଛି ଦୁର୍ବୃତ୍ତ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚହଳ ପକାଇଥିବା ବେଳେ ଏବେ ନାବାଳିକାକୁ ଦୁଷ୍କର୍ମ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, ଜଗତସିଂହପୁର

Last Updated : Sep 4, 2022, 2:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.