ETV Bharat / state

ଖେଳ ହେଲା କାଳ, ବାଲିରେ ପୋତି ହୋଇ ନାବାଳକ ମୃତ - ପାରାଦ୍ବୀପ ଖବର

ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ଷଣ୍ଢକୁଦ ବସ୍ତି ନିକଟରେ ଅଘଟଣ । ପ୍ରସ୍ତାବିତ ଏନଆରଏଲ୍ ପ୍ରକଳ୍ପ ପରିସରରେ ପୋତା ଯାଇଥିବା ବାଲିରେ ଖେଳୁଥିବା ସମୟରେ ବାଲିରେ ଫସି ଯାଇଥିବାରୁ ୧୦ବର୍ଷର ନାବାଳକ ମୃତ ହୋଇଥିବା ସନ୍ଦେହ କରାଯାଉଛି । ଅଧିକ ପଢନ୍ତୁ

ଖେଳ ହେଲା କାଳ, ବାଲିରେ ପଡି ନାବାଳକ ମୃତ
ଖେଳ ହେଲା କାଳ, ବାଲିରେ ପଡି ନାବାଳକ ମୃତ
author img

By

Published : Aug 26, 2022, 10:43 AM IST

ପାରାଦ୍ବୀପ: ଧୂଳି ଦରାଣ୍ଡି କାନ୍ଦୁଛି ମାଆ । ଧନରେ ଉଠ କହି ମାଆର ପାଟି ପଡି ଯାଉଛି । ବାପା ପଥର ହୋଇଯାଇଛି । ଏ କଣ ଘଟିଗଲା ବିଶ୍ବାସ କରିବାରୁ ନାରାଜ ବାପା । ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବାପା ମାଆ । ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ଷଣ୍ଢକୁଦ ବସ୍ତି ନିକଟରେ ଘଟିଛି ଏହି ଦୁଃଖଦ ଘଟଣା । ପ୍ରସ୍ତାବିତ ଏନଆରଏଲ୍ ପ୍ରକଳ୍ପ ପରିସରରେ ପୋତା ଯାଇଥିବା ବାଲିରେ ଖେଳୁଥିବା ସମୟରେ ବାଲିରେ ଫସି ଯାଇଥିବାରୁ ୧୦ବର୍ଷର ନାବାଳକ ମୃତ ହୋଇଥିବା ସନ୍ଦେହ କରାଯାଉଛି । ମୃତ ନାବାଳକ ହେଲେ ପାରାଦ୍ବୀପ ଷଣ୍ଢକୁଦ ବସ୍ତିର ନାରାୟଣ ମଲ୍ଲିକଙ୍କ ପୁଅ ଶୁଭମ୍ ମଲ୍ଲିକ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଖେଳ ହେଲା କାଳ, ବାଲିରେ ପଡି ନାବାଳକ ମୃତ

ସୂଚନାଅନୁସାରେ, ଶୁଭମ୍ ଗୁରୁବାର ଦିନ ୧୨ଟା ସମୟରେ ପ୍ରସ୍ତାବିତ ଏନ୍. ଆର୍.ଏଲ୍ ପ୍ରକଳ୍ପ ପରିସରକୁ ଖେଳିବାକୁ ଯାଇଥିଲା । ଦୀର୍ଘ ସମୟ ବିତିଥିଲେ ବି ଘରକୁ ଫେରି ନଥିଲା ଶୁଭମ । ପୁଅ ବହୁତ ସମୟ ଯାଏଁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ଏହା ପରେ ଏନ୍.ଆର୍.ଏଲ୍ ପ୍ରକଳ୍ପ ପାଇଁ ପୋତା ଯାଇଥିବା ବାଲି ନିକଟ ଏକ ପରିତ୍ୟକ୍ତ ସ୍ଥାନରୁ ଶୁଭମର ମୃତଦେହ ଦେଖିବାକୁ ମିଳିଥିଲା । ଖବରପାଇ ଜଟାଧାର ମୁହାଣ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ପୋଲିସ ।

ଏହା ବି ପଢନ୍ତୁ...ପରିବାରବାଦ ରାଜନୀତି ଭିତରେ କେବେ ନିର୍ବାଚନ ଲଢିବେ ସାଧାରଣ ଜନତା ?

ତେବେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିଲା । କ୍ଷତିପୂରଣ ପାଇଁ ଏନ୍. ଆର୍.ଏଲ୍. କମ୍ପାନୀ ନିକଟରେ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ତେବେ ଘଟଣାସ୍ଥଳରେ କମ୍ପାନୀର କୌଣସି ଅଧିକାରୀ ପହଞ୍ଚି ନାହାନ୍ତି । କମ୍ପାନୀର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠୁଛି । ତେଣୁ କମ୍ପାନୀ ମୃତ ଶୁଭମଙ୍କ ପରିବାରକୁ କ୍ଷତି ପୂରଣ ଦେବା ସହିତ ତୁରନ୍ତ ସୁରକ୍ଷା ବ୍ୟବସ୍ଥା ଉପରେ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.