ଜଗତସିଂହପୁର: ଭସାଣ ଉତ୍ସବରେ ଅଶ୍ଳୀଳ ନୃତ୍ୟ ପରିବେଷଣକୁ ନେଇ ବିବାଦ । ଜଗତଜନନୀଙ୍କ ଆଗମନକୁ ନେଇ ପୁରପଲ୍ଲୀ ଚଳଚଞ୍ଚଳ ହୋଇଥିବା ବେଳେ ଭସାଣ ଉତ୍ସବ ମଧ୍ୟ ଧୁମଧାମରେ ପାଳନ କରାଯାଇଥିଲା । ତେବେ ଶୁକ୍ରବାର ଦିନ ଜଗତସିଂହପୁର ସହରରେ ମା'ଙ୍କର ଭସାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ଅଶ୍ଳୀଳ ନୃତ୍ୟ ପରିବେଷଣକୁ ନେଇ ବିବାଦ ଦେଖାଦେଇଛି ।
ଗତ ଶୁକ୍ରବାର ଦିନ ଭାସାଣ ଉତ୍ସବ ସମୟରେ ପୂଜା କମିଟି ପକ୍ଷରୁ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଯାଇଥିବା ଅଭିଯୋଗ ହୋଇଛି । ଚାର୍ଚ୍ଚିକା ବଜାର ପୂଜା କମିଟି ପକ୍ଷରୁ ଦୁଇଜଣ ବଙ୍ଗୀୟ ଯୁବତୀଙ୍କୁ ଅଣାଯାଇ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଯାଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତାପୁଣଇ ପୋଲିସ ଉପସ୍ଥିତିରେ ଏମାନେ ଖୁଲମଖୁିଲା ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ । ଖାସକରି ମା'ଙ୍କ ମେଲଣ ସମୟରେ ହଜାର ହଜାର ଦର୍ଶକଙ୍କ ସାମ୍ନାରେ ଏଭଳି ନୃତ୍ୟ ପରିବେଷଣକୁ ନେଇ ବରିଷ୍ଠ ବ୍ୟକ୍ତିଙ୍କ ସହ ଶ୍ରଦ୍ଧାଳୁମାନେ କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ଏଭଳି ନୃତ୍ୟ ପରିବେଷଣ ସମୟରେ ପୋଲିସ କି ଶାନ୍ତି କମିଟି ଏହାକୁ ବନ୍ଦ କରିବାକୁ ଉଦ୍ୟମ କରିନଥିବା ବେଳେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଏହା ମଧ୍ୟ ପଢନ୍ତୁ:ସଫଳ ହେଲା ବିହାର ବନବିଭାଗ, ଟଳିଲା ମଣିଷଖିଆ ବାଘ
ଏହି ଘଟଣାକୁ ନେଇ ପୂଜା କମିଟି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ପରମ୍ପରା ଆମର ଦୀର୍ଘ ଦିନ ଧରି ଚାଲି ଆସୁଛି । ଏହାକୁ ମଧ୍ୟ ଯୁବବର୍ଗଙ୍କ ଦ୍ବାରା ଆଦୃତ ହେଉଛି । ସେଥିପାଇଁ ଏହାର ଆୟୋଜନ କରାଯାଇଥିବା ନେଇ କହିଛନ୍ତି ଚାର୍ଚ୍ଚିକା ପୂଜା କମିଟିର ସଦସ୍ୟ ।
ଚାର୍ଚ୍ଚିକା ବଜାର ପୂଜା କମିଟି ପକ୍ଷରୁ କୁହାଯାଇଛି ଯେ, "ଆମେ ତ ଏହାକୁ ଅଶ୍ଳୀଳ ନୃତ୍ୟ ବୋଲି କହିପାରିବୁ ନାହିଁ । ଏହା ଆମର ପୁରୁଣା ପରମ୍ପରା । ଖାସକରି ଆମ ମେଢରେ ଏହା ଆକର୍ଷଣ । ଆଜି ପ୍ରଥମ ଦିନ ନୁହଁ ଆଜକୁ ୨୫ ବର୍ଷ ହେଲା ଏହା ଚାଲିଛି । ଏହାକୁ ଅଶ୍ଳୀଳ ନୃତ୍ୟ ବୋଲି କୁହାଯାଇପାରିବ ନାହିଁ । ମ୍ୟୁଜିକ ସାଙ୍ଗକୁ ଡ୍ୟାନ୍ସ ସବୁ ଯାଗାରେ ଚାଲିଛି । ଏହା ସବୁ ସ୍ଥାନରେ ଚାଲିଛି । କେମିତି ଏହାକୁ ଆମେ ଅଶ୍ଳୀଳ ନୃତ୍ୟ କହିବୁ । ଏହି ମାହୋଲରେ ଓଡିଶୀ କିମ୍ବା ଭାରତନାଟ୍ୟମ ସମ୍ଭବ ନୁହଁ । ସବୁ ସ୍ଥାନରେ ଏହା ଚାଲିଛି । ଆମେ ମାହୋଲକୁ ମେଚ କରି ଏହା କରିଛୁ । ଲୋକମାନେ ମଜା ନେବେ ବୋଲି ଆମେ ଏହାର ଆୟୋଜନ କରିଛୁ । ଆମେ ଏହାକୁ ଅଶ୍ଳୀଳ ନୃତ୍ୟ କହିପାରିବା ନାହିଁ ।"
ଇଟିଭି ଭାରତ, ଜଗତସିଂହପୁର