ETV Bharat / state

ମା' ଶାରଳା ମନ୍ଦିରରେ ମଧୁପାର୍ବଣର ମହାଷ୍ଟମୀ ପୂଜା - ମା' ଶାରଳାଙ୍କ ପୀଠରେ ମହାଷ୍ଟମୀ ପୂଜା

ମା' ଶାରଳାଙ୍କ ପୀଠରେ ଆଜି ମଧୁ ପାର୍ବଣର ମହାଷ୍ଟମୀ ବିହିତ ପୂଜା ଆରମ୍ଭ ହୋଇଛି। ମା'ଙ୍କୁ ଦର୍ଶନ କରିବା ପାଇଁ ଶହଶହ ଶ୍ରଦ୍ଧାଳୁଙ୍କ ନାହିଁନଥିବା ଭିଡ଼ ଜମିଛି । ଅଧିକ ପଢ଼ନ୍ତୁ

ମା' ଶାରଳାଙ୍କ ମନ୍ଦିରରେ ମଧୁପାର୍ବଣର ମହାଷ୍ଟମୀ ପୂଜା

author img

By

Published : Apr 9, 2022, 6:55 PM IST

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ମା' ଶାରଳାଙ୍କ ପୀଠରେ ଆଜି ମଧୁ ପାର୍ବଣର ମହାଷ୍ଟମୀ ବିହିତ ପୂଜା ଅନୁଷ୍ଠିତ ହୋଇଯାଇଛି । ଚୈତ୍ରମାସ ଶୁକ୍ଳପକ୍ଷ ପ୍ରତିପଦ ତିଥି ଠାରୁ ମଧୁ ପାର୍ବଣ ବାସନ୍ତିକ ପୂଜା ଆରମ୍ଭ ହୋଇ ଦଶହରା ପର୍ଯ୍ୟନ୍ତ ଚାଲିଥାଏ । ଏହି ଅବସରରେ ଘଟ ସ୍ଥାପନ ହୋମଯଜ୍ଞ ସହିତ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯିବାର ବିଧି ରହିଛି ।

ମା' ଶାରଳାଙ୍କ ମନ୍ଦିରରେ ମଧୁପାର୍ବଣର ମହାଷ୍ଟମୀ ପୂଜା

ତେବେ ବାସନ୍ତିକ ପୂଜାର ଆଜି ଅଷ୍ଟମ ଦିବସ ବା ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି । ମା'ଙ୍କୁ ଆଜି ମହିଷାମର୍ଦ୍ଦିନୀ ରୂପରେ ସଜିତ କରାଯିବା ସହ ମଧ୍ୟରାତ୍ରରେ ପଣା ଭୋଗ ଅର୍ପଣ କରାଯିବାର ବିଧି ରହିଛି । ଆଜି ମହାଷ୍ଟମୀ ଅବସରରେ ମା'ଙ୍କ ମନ୍ଦିରରେ ଶହଶହ ଶ୍ରଦ୍ଧାଳୁ ସମାଗମ ହୋଇଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.