ଜଗତସିଂହପୁର: କୋରୋନାକୁ ନେଇ ମାସ୍କ ଓ ସାନିଟାଇଜର ବଜାରରୁ ଉଭାନ ହୋଇଯାଇଛି । ଲୋକେ 15 ଟଙ୍କାର ମାସ୍କକୁ 100 ଟଙ୍କାରେ କିଣିବାକୁ ବାଧ୍ୟ ହେଉଛନ୍ତି । କେତେକ ଅସାଧୁ ବ୍ୟବସାୟୀ ପରିସ୍ଥିତିର ଫାଇଦା ନେଇ ଲୋକଙ୍କୁ ଠାକୁଥିବା ବେଳେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ନଜରରେ ଏହା ଆସୁନଥିବା ଦେଖିବାକୁ ମିଳିଛି ।
ପ୍ରତ୍ୟେକ ଦିନ ଶହଶହ ଲୋକେ ମାସ୍କ ଓ ସାନିଟାଇଜର କିଣୁଥିବାରୁ କେତେକ ଦୋକାନରେ ଷ୍ଟକ ସରିଯିବା ସହିତ ନିଆଣ୍ଟିଆ ପରିସ୍ଥିତି ସୃଷ୍ଟି ହେଇଛି।
ଏହାର ଫାଇଦା ନେଇ କେତେକ ଅସାଧୁ ବ୍ୟବସାୟୀ ମନ ଇଚ୍ଛା ଦରବୃଦ୍ଧି କରିଥିବା ଲୋକେ ଅଭିଯୋଗ କରିଛନ୍ତି । ଏଥିସହ ବାଧ୍ୟ ହୋଇ ଲୋକେ ଏହା କିଣୁଥିବା ଦେଖିବାକୁ ମିଳିଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ