ଜଗତସିଂହପୁର: ଆସନ୍ତା ସୋମବାର ଠାରୁ ବଦଳିବ ପାରାଦ୍ଵୀପ ବନ୍ଦରାଞ୍ଚଳର ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା ସମୟ । ସକାଳ ୫ ଟା ଠାରୁ ସନ୍ଧ୍ୟା ୪ ଟା ପର୍ଯ୍ୟନ୍ତ ଖୋଲା ରହିବ ବଜାର ।
ବନ୍ଦରାଞ୍ଚଳରେ କୋରୋନା ସଂକ୍ରମଣ ରୋକିବା ପାଇଁ ପୋର୍ଟ ବଣିକ ସଂଘ ଓ ଜିଲ୍ଲା ପ୍ରଶାସନର ଆଲୋଚନା ପରେ ନିଆଯାଇଛି ଏଭଳି ନିଷ୍ପତ୍ତି । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ମ୍ୟୁନିସିପାଲଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌରେଦ୍ର ରାଉତରାୟ ଓ ବଣିକ ସଂଘ ସଭାପତି ସନ୍ତୋଷ କୁମାର ପଟ୍ଟନାୟକଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ।
ପୂର୍ବରୁ ବଣିକ ସଂଘ ପକ୍ଷରୁ ପରିବା ଦୋକାନ, ମାଛ ଓ କୁକୁଡ଼ା ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବାବେଳେ ମାସ୍ ଚେକିଂ ମଧ୍ୟ କଡ଼ାକଡ଼ି କରାଯାଉଛି ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ