ଜଗତସିଂହପୁର: ବିଭିନ୍ନ ଶୈବପୀଠରେ ଶିବରାତ୍ରୀ ପାଳନ ହେଉଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ପ୍ରାଚୀନ ଶୈବପୀଠ ମାନଙ୍କରେ ଜାଗର ଯାତ୍ରା ଆନନ୍ଦ ଉଲ୍ଲାସରେ ପାଳିତ ହେଉଛି । ସହରର ମୁଚୁକୁନ୍ଦ ସୋମନାଥ ମହାଦେବ, କୁଜଙ୍ଗ ପଞ୍ଚୁ ପଳେଇ ସ୍ଥିତ ଗ୍ରାମେଶ୍ବର, ଜଗତସିଂହପୁର ସହର ଉପକଣ୍ଠ ଗୋରେଖ ନାଥ , ବିରିଡିର ଅଷ୍ଟସମ୍ଭୁ ଓ ଜିଲ୍ଲାର ସର୍ବ ପୁରାତନ14ଶହ ଖ୍ରୀଷ୍ଟାଦ୍ଧରେ ପ୍ରତିଷ୍ଠିତ ବିଓଳର ଗତେଶ୍ବର ମହାଦେବଙ୍କ ମନ୍ଦିରରେ ଜାଗର ଯାତ୍ରା ଓ ମହାଦୀପ ଉଠିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।
ଶୁକ୍ରବାର ସକାଳୁ ସମସ୍ତ ଶୈବପୀଠ ମାନଙ୍କରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଏଥିସହ ଶହ ଶହ ଶ୍ରଦ୍ଧାଳୁ ମହାଦେବଙ୍କ ଦର୍ଶନ କରିବା ସହିତ ଉପବାସ ରଖିଥିଲେ । ସନ୍ଧ୍ୟାରେ ମନ୍ଦିର ପରିସରରେ ଜାଗର ଜଳିବା ସହ ମହାପ୍ରଭୁଙ୍କ ମହାଦୀପ ଦର୍ଶନ ପାଇଁ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ