ETV Bharat / state

Lunar eclipse: ଚନ୍ଦ୍ର ଗ୍ରହଣ ଲାଗି ଶାରଳା ପୀଠରେ ସକାଳ 6ରୁ ଦେବନୀତି ବନ୍ଦ

author img

By

Published : Nov 7, 2022, 1:39 PM IST

Updated : Nov 7, 2022, 1:48 PM IST

ଆସନ୍ତାକାଲି(ମଙ୍ଗଳବାର) ଚନ୍ଦ୍ର ଗ୍ରହଣ ପଡୁଥିବାରୁ ମା' ଶାରଳାଙ୍କ ମନ୍ଦିରରେ ନୀତିକାନ୍ତି ଚୂଡାନ୍ତ ହୋଇଛି । ଅଧିକ ପଢନ୍ତୁ

କାଲି ଚନ୍ଦ୍ର ଗ୍ରହଣ, ମା' ଶାରଳା ପୀଠରେ ସକାଳ 6ରୁ ଦେବନୀତି ବନ୍ଦ

ଜଗତସିଂହପୁର: ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ପଡୁଛି ଚନ୍ଦ୍ର ଗ୍ରହଣ । ଏଥିଲାଗି ରାଜ୍ୟର ଦେବାଳୟ ଗୁଡିକରେ ସ୍ବତନ୍ତ୍ର ନୀତିକାନ୍ତି ପାଇଁ ସମୟ ନିର୍ଘଣ୍ଟ ହେଉଛି । ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ମା' ଶାରଳା ମନ୍ଦିରରେ ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ନୀତିକାନ୍ତି ଚୂଡାନ୍ତ ହୋଇଛି । ସକାଳ6 ଟାରୁ ଦେବନୀତି ବନ୍ଦ ରହିବା ସହ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି ।

Lunar eclipse: ଚନ୍ଦ୍ର ଗ୍ରହଣ ଲାଗି ଶାରଳା ପୀଠରେ ସକାଳ 6ରୁ ଦେବନୀତି ବନ୍ଦ

ଏହା ମଧ୍ୟ ପଢନ୍ତୁ: EWS କୋଟାକୁ ସୁପ୍ରିମକୋର୍ଟ ମୋହର, ଜାରିରହିବ ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ୧୦% ସଂରକ୍ଷଣ

ସୋମବାର ମଧ୍ୟରାତ୍ର 1ଟାରେ ମା'ଙ୍କ ଦ୍ଵାରା ଫିଟା ଯାଇ ମନ୍ଦିର ଶୌଧ ପରେ ମଙ୍ଗଳ ଆଳତୀ, ମଇଲମ, ମାର୍ଜନା ପରେ ମା'ଙ୍କୁ ବେଶ କରାଯିବ । ଏହାପରେ ବାଳଧୂପ ଓ 5ଟା 30 ସୁଦ୍ଧା ଶଙ୍କୁଡ଼ି ଧୂପ ଶେଷ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ପରେ ମଙ୍ଗଳବାର ଦିନ ସକାଳ 6 ଟାରୁ ଦେବନୀତି ବନ୍ଦ ରହିବା ସହ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସାରଳା ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ମଙ୍ଗଳବାର ସନ୍ଧ୍ୟାରେ ଗ୍ରହଣ ସର୍ବମୋକ୍ଷ ପରେ ଗ୍ରହଣୀ ସ୍ନାନ କରାଯିବା ସହ କାର୍ତ୍ତିକ ପୂର୍ଣ୍ଣିମାର ନୀତିକାନ୍ତି ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା, ହବିଷ୍ୟାଳିଙ୍କୁ ପୋଲିସର ମାଡ ଅଭିଯୋଗ

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଦୀପାବଳିରେ ସୂର୍ଯ୍ୟ ପରାଗ ହୋଇଥିବାରୁ ମା' ଶାରଳାଙ୍କ ପୀଠରେ ସ୍ବତନ୍ତ୍ର ନୀତିକାନ୍ତି ହୋଇଥିଲା । ସନ୍ଧ୍ୟାରେ ମା'ଙ୍କୁ ସ୍ନାନ ପରେ ମହାକାଳୀ ବେଶରେ ତାଙ୍କୁ ସଜ୍ଜିତ କରାଯାଇଥିଲା । ପରେ ଷୋଡଶ ଉପଚାର ପୂଜା, ଚଣ୍ଡୀ ପାଠ, ହୋମଯଜ୍ଞ ରାତ୍ର ୨ଟା ମଧ୍ୟରେ ସମାପନ କରାଯାଇଥିଲା । ସେହି ଦିନ କିଛି ସମୟ ପହୁଡ଼ ପରେ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତୀ, ମଇଲମ, ଅବକାଶ ଓ ଖେଚୁଡ଼ି ଧୂପ ଭୋର ୪.୪୫ ସୁଦ୍ଧା ଶେଷ କରାଯାଇଥିଲା । ପରେ ମା'ଙ୍କ ପହଡ଼ କରାଯିବା ସହିତ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଥିଲା ।

ଇଟିଭି ଭାରତ, ଜଗତସିଂହପୁର

Last Updated : Nov 7, 2022, 1:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.