ETV Bharat / state

ଜଗତସିଂହପୁରରେ ବଢୁଛି ଚୋରି, ରାସ୍ତାରୋକ କଲା ସୋମନାଥ ବଣିକ ସଂଘ - ଜଗତସିଂହପୁରରେ ବଢୁଛି ଚୋରି

ଜଗତସିଂହପୁର ସହରରେ ବୃଦ୍ଧି ପାଉଛି ଚୋରି । ଫଳରେ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି । ଯାହାକୁ ନେଇ ରାସ୍ତାକୁ ଓହ୍ଲାଇଛି ବଣିକ ସଂଘ । ଅଧିକ ପଢ଼ନ୍ତୁ

ଜଗତସିଂହପୁରରେ ଚୋରି ବୃଦ୍ଧି ନେଇ ସୋମନାଥ ବଣିକ ସଂଘ ପକ୍ଷରୁ ରାସ୍ତାରୋକ

author img

By

Published : Oct 21, 2022, 1:31 PM IST

ଜଗତସିଂହପୁର: ସହରରେ ବୃଦ୍ଧି ପାଉଛି ଚୋରି । ଫଳରେ ସହରବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ସୋମନାଥ ବଣିକ ସଂଘ । ଏନେଇ ସୋମନାଥ ବଣିକ ସଂଘ ପକ୍ଷରୁ ରାସ୍ତାରୋକ ସହିତ ପୌର କାର୍ଯ୍ୟାଳୟରେ ତାଲା ପକାଯାଇଛି ।

ଜଗତସିଂହପୁରରେ ଚୋରି ବୃଦ୍ଧି ନେଇ ସୋମନାଥ ବଣିକ ସଂଘ ପକ୍ଷରୁ ରାସ୍ତାରୋକ

ବଣିକ ସଂଘ ଅଭିଯୋଗ କରିଛି, ଯେ ଗତ ମାସରେ ୫୦ରୁ ଅଧିକ ଦୋକାନ ଘରୁ ଚୋରି ହେବା ସହ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଏଥିରେ ପୋଲିସ ପ୍ରଶାସନ ନିଷ୍କ୍ରିୟତାକୁ ପଦାରେ ପକାଇଥିବା ସେମାନେ ଅଭିଯୋଗ କରିଛନ୍ତି । ବ୍ୟବସାୟୀଙ୍କ କହିବା କଥା ହେଲା ଜଗତସିଂହପୁର ପୌରପ୍ରଶାସନ ପକ୍ଷରୁ ଟିକସ ଆଦାୟ କରାଯାଉଥିଲେ ମଧ୍ୟ ମୌଳିକ ସୁବିଧା ଯୋଗାଇ ଦିଆଯାଉନାହିଁ ।

ପୌର ପ୍ରଶାସନ ପକ୍ଷରୁ ସିସିଟିଭି ଲଗାଯାଇ ଥିଲେ ମଧ୍ୟ ଏହା ଅଚଳ ହୋଇ ପଡ଼ିରହିଛି । ରାତିରେ ଷ୍ଟ୍ରିଟ ଲାଇଟ ଜଳୁନଥିବା ଅଭିଯୋଗ ହୋଇଛି । ଫଳରେ ଚୋରି, ରାହାଜାନୀ, ଛିନତାଇ ପ୍ରଭୃତି ବଢି ଚାଲିଛି । ବାରମ୍ବାର ଦୋକାନରୁ ଚୋରି ହେଉଥିବାରୁ ବେବସାୟୀ ମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ଯାହାକୁ ବିରୋଧ କରି ବ୍ୟବସାୟୀମାନେ ରାସ୍ତା ରୋକ କରିବା ସହ ପୌରପରିଷଦ କାର୍ଯ୍ୟାଳୟରେ ତାଲା ପକାଇ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.