ETV Bharat / state

ଜିପସମ ପରିବହନରେ ସ୍ଥାନୀୟ ଟ୍ରକ ଅଣଦେଖା, ପାରାଦ୍ବୀପ ଇଫକୋ ସାର କାରଖାନାରେ ଉତ୍ତେଜନା

ପାରାଦୀପ୍ ଇଫକୋ ସାର କାରଖାନା ମୁଖ୍ୟଗେଟ ସମ୍ମୁଖରେ ଉତ୍ତେଜନା ଲାଗି ରହିଛି । ଜିପସମ ପରିବହନ କରିବାକୁ ଯାଉଥିବା ନିରାକାର କନଷ୍ଟ୍ରକସନ୍ ର ତିନୋଟି ଟେଲର କୁ ଅଟକାଇ ରଖିଛନ୍ତି ପାରାଦୀପର ତିନୋଟି ଟ୍ରକ ମାଲିକ ସଂଘ (ଜେସିସି- ମିଳିତ ସମନ୍ୱୟ କମିଟି) । ସ୍ଥାନୀୟ ଟ୍ରକ ମାଲିକ ସଂଘକୁ ପରିବହନ ସୁଯୋଗ ଦିଆଯାଉନଥିବା କାରଣରୁ ଏହି ଉତ୍ତେଜନା ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

ଜିପସମ ପରିବହନରେ ସ୍ଥାନୀୟ ଟ୍ରକ ଅଣଦେଖା, ପାରାଦୀପ ଇଫକୋ ସାର କାରଖାନାରେ ଉତ୍ତେଜନା

author img

By

Published : Sep 11, 2020, 12:12 AM IST

Updated : Sep 11, 2020, 7:44 AM IST

ଜଗତସିଂହପୁର: ପାରାଦୀପ୍ ଇଫକୋ ସାର କାରଖାନା ମୁଖ୍ୟଗେଟ ସମ୍ମୁଖରେ ଉତ୍ତେଜନା ଲାଗି ରହିଛି । ଜିପସମ ପରିବହନ କରିବାକୁ ଯାଉଥିବା ନିରାକାର କନଷ୍ଟ୍ରକସନ୍ ର ତିନୋଟି ଟେଲର କୁ ଅଟକାଇ ରଖିଛନ୍ତି ପାରାଦୀପର ତିନୋଟି ଟ୍ରକ ମାଲିକ ସଂଘ (ଜେସିସି- ମିଳିତ ସମନ୍ୱୟ କମିଟି) । ସ୍ଥାନୀୟ ଟ୍ରକ ମାଲିକ ସଂଘକୁ ପରିବହନ ସୁଯୋଗ ଦିଆଯାଉନଥିବା କାରଣରୁ ଏହି ଉତ୍ତେଜନା ସୃଷ୍ଟି ହୋଇଛି ।

ଜିପସମ ପରିବହନରେ ସ୍ଥାନୀୟ ଟ୍ରକ ଅଣଦେଖା, ପାରାଦୀପ ଇଫକୋ ସାର କାରଖାନାରେ ଉତ୍ତେଜନା

ଜେସିସି ବ୍ୟାନରରେ ଏହି ତିନୋଟି ଟ୍ରକ ମାଲିକ ସଂଘ ବାହାର ଗାଡି ଦ୍ଵାରା ଜିପସମ୍ ପରିବହନକୁ ବିରୋଧ କରିଥିବା ବେଳେ ଇଫକୋ ଗେଟ ଆଗରେ ଉତ୍ତେଜନା ପରିସ୍ଥିତି ସ୍ରୁଷ୍ଟି ହୋଇଛି । ତିନୋଟି ଟ୍ରକ୍ ମାଲିକ ସଂଘକୁ ନେଇ ଗଠିତ ଜେସିସିର ଅଭିଯୋଗ ଯେ ସ୍ଥାନୀୟ ଯୁବକ ମାନେ ଟ୍ରକ୍ କିଣି ଋଣରେ ବୁଡି ରହିଥିବା ବେଳେ ପୂର୍ବରୁ ଚୁକ୍ତି ଅନୁଯାଇ ମାଲ ପରିବହନ କରାଯାଉନାହିଁ । ତିନୋଟି ଟ୍ରକ୍ ମାଲିକ ସଂଘର ଟ୍ରକ୍ ପାରାଦୀପର ବିଭିନ୍ନ କମ୍ପାନୀ ଗୁଡିକରୁ ରାଜ୍ଯ ତଥା ରାଜ୍ଯ ବାହାରକୁ ମାଲ୍ ପରିବହନ ପାଇଁ ନିଷ୍ପତ୍ତି ନିଆଯିବା ପରେ ଶାନ୍ତି ଶୃଙ୍ଖଳା ଭାବେ ମାଲ ପରିବହନ ହେଉଥିବା ବେଳେ କମ୍ପାନୀ ଏସବୁକୁ ଦୃଷ୍ଟି ରେ ନ ରଖି ବାହାର ଗାଡି ଦ୍ବାରା ନେଇ ପରିବହନ କରିବାକୁ ଯାଉଥିବା ବେଳେ ଏହାକୁ ତୀବ୍ର ବିରୋଧ କରିଛି ଜେସିସି । ଯାହା ଫଳରେ ପରିବହନ କରିବାକୁ ଯାଉଥିବା ନିରାକାର କନଷ୍ଟ୍ରକସନ୍ର ତିନୋଟି ଟ୍ରକକୁ ଅଟକ ରଖାଯାଇଥିବା ବେଳେ ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଛି। ତେବେ ଏହାକୁ ନେଇ ଆଗକୁ ଜିପସମ ପରିବହନରେ ବଡ ସମସ୍ୟା ଉପୁଜିପାରେ ବୋଲି କୁହାଯାଉଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Sep 11, 2020, 7:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.