ଜଗତସିଂହପୁର: ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଗରୁଆଳ ପଞ୍ଚାୟତରେ ମଦ ବିକ୍ରିକୁ ନେଇ ଗ୍ରାମବାସୀ ଓ କେତେକ ମହିଳା ସ୍ବୟଂ ସହାୟକ ଦଳର ଶତାଧିକ ମହିଳା ସୋମବାର ଅପରାହ୍ନରେ ଏସ୍ ପି ଅଫିସ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
କେବଳ ସେତିକି ନୁହେଁ ମଦବିକ୍ରିକୁ ବନ୍ଦ କରିବା ଦାବିରେ ଅଫିସ ମଧ୍ୟକୁ ଧସେଇ ପସିଥିଲେ । ମହିଳା ମାନେ ଅଭିଯୋଗ କରିଥିଲେ ଯେ, ସ୍ଥାନୀୟ ଅଞ୍ଚଳରେ କେତେକ ଚୋରାମଦ ବ୍ୟବସାୟୀ ମଦବିକ୍ରି କରୁଥିବାରୁ ଗ୍ରାମରେ ମଦ୍ୟପଙ୍କ ସଂଖ୍ୟା ବଢିବାରେ ଲାଗିଛି ।
ଯାହାକୁ ନେଇ ଚୋରି, ଡକାୟତି ଭଳି ଅପରାଧ ବଢି ଚାଲୁଛି । ଏହାକୁ ପ୍ରତିହତ କରିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଚୋରାମଦ ଦୋକାନକୁ ବନ୍ଦ କରିବାପାଇଁ ମହିଳାମାନେ ଦାବୀ କରିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ