ETV Bharat / state

12 ପଞ୍ଚାୟତକୁ ସାନିଟାଇଜ ମେସିନ ସହ ଲିକୁଇଡ ପ୍ରଦାନ - ସାନିଟାଇଜ ମେସିନ ସହ ଲିକୁଇଟ ପ୍ରଦାନ

କୁଜଙ୍ଗ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ପରିବର୍ତ୍ତନ ଯୋଦ୍ଧା ସଂଗଠନ ପକ୍ଷରୁ କୁଜଙ୍ଗ ବ୍ଲକର ୧୨ଟି ପଞ୍ଚାୟତକୁ ସାନିଟାଇଜର ମେଶିନ୍ ସହ ଲିକୁଇଡ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

12ଟି ପଞ୍ଚାୟତକୁ ସାନିଟାଇଜ ମେସିନ ସହ ଲିକୁଇଟ ପ୍ରଦାନ

author img

By

Published : May 14, 2021, 10:13 PM IST

ଜଗତସିଂହପୁର: କୁଜଙ୍ଗ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ପରିବର୍ତ୍ତନ ଯୋଦ୍ଧା ସଂଗଠନ ପକ୍ଷରୁ କୁଜଙ୍ଗ ବ୍ଲକର ୧୨ଟି ପଞ୍ଚାୟତକୁ ସାନିଟାଇଜର ମେଶିନ୍ ସହ ଲିକୁଇଡ ପ୍ରଦାନ କରାଯାଇଛି । କରୋନାର ଦ୍ଵିତୀୟ ଲହରକୁ ନେଇ ରାଜ୍ୟ ସରକାର ଚିନ୍ତିତ ଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଲକଡାଉନ୍, ସଟଡାଉନ୍ ସାଙ୍ଗକୁ ସାପ୍ତାହିକ ସଟଡାଉନ ମଧ୍ୟ ଘୋଷଣା କରିଛନ୍ତି ।

12ଟି ପଞ୍ଚାୟତକୁ ସାନିଟାଇଜ ମେସିନ ସହ ଲିକୁଇଟ ପ୍ରଦାନ

ଗତ ଚାରିଦିନ ହେବ ଜଗତସିଂହପୁର ଜିଲ୍ଲାରେ ଯେଉଁ ମାତ୍ରାରେ କରୋନା ସଂକ୍ରମଣ ବଢ଼ି ଚାଲିଛି । ଏହାକୁ ଆଖି ଆଗରେ ରଖି ପରିବର୍ତ୍ତନ ଯୋଦ୍ଧା ସଂଗଠନ ଏଭଳି ନୂଆ ପ୍ରୟାସ ହାତକୁ ନେଇଛି । ବିଗତ ଦିନରେ କୁଜଙ୍ଗ ଅଞ୍ଚଳରେ ଥିବା ବିଭିନ୍ନ ଗାଁ, କୋର୍ଟ, ଥାନା, ବ୍ଲକ୍ ଅଫିସ ଏମିତିକି ସମସ୍ତ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ସାନିଟାଇଜ୍ କରି ଆସୁଥିଲା ଏହି ସଂଗଠନ ।

ତେବେ ସବୁ ଗାଁ ମାନଙ୍କରେ ପହଞ୍ଚି ସାନିଟାଇଜ୍ କରିବା ସମ୍ଭବ ହେଉନଥିବାରୁ ନିଜ ବ୍ୟକ୍ତିଗତ ଅର୍ଥରୁ ୧୨ଟି ସାନିଟାଇଜର ମେଶିନ୍ ସହ ଲିକ୍ୟୁଇଡି, କୁଜଙ୍ଗ ବ୍ଲକର ୧୨ଟି ପଞ୍ଚାୟତକୁ ପ୍ରଦାନ କରିଛନ୍ତି । ତେବେ ସଂଘର ଏଭଳି ପ୍ରୟାସକୁ ସବୁ ମହଲରେ ପ୍ରଶଂସା କରାଯାଉଥିବା ବେଳେ, ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ସଂଗଠନ ସହଯୋଗ କରୁଛି ଏବଂ ଆଗକୁ କରୋନା ଜନିତ ମୃତ୍ୟୁ ହେଉଥିବା ବ୍ୟକ୍ତିଙ୍କ ସତ୍କାର କରିବାରେ ସଂଗଠନ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଥିବାରୁ ସଂଗଠନକୁ ଧନ୍ୟବାଦ ଦେଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.