ETV Bharat / state

ଢିଙ୍କିଆରେ ରାଜନୈତିକ ଦଳର ନେତୃବୃନ୍ଦ, ସ୍ଥିତି ସ୍ବାଭାବିକ ପାଇଁ SPଙ୍କ ସହ ଆଲୋଚନା - ଜଗତସିଂହପୁର ଏସପି ଅଖିଳେଶ୍ଵର ସିଂ

ଢ଼ିଙ୍କିଆରେ ଜାନୁଆରୀ ୧୪ତାରିଖରେ ପୋଲିସର ଲାଠିମାଡ଼ ଘଟଣାକୁ ନେଇ ରାଜନୈତିକ ମହଲରେ ତୀବ୍ର ବିରୋଧ । ୧୩ଟି ରାଜନୈତିକ ଦଳର ନେତୃବୃନ୍ଦ ଶୁକ୍ରବାର ଢ଼ିଙ୍କିଆ ଗ୍ରସ୍ତ କରିବା ସହ, ଘଟଣା ସମ୍ପର୍କରେ ଗ୍ରାମବାସୀ ମାନଙ୍କ ସହିତ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

Leaders of political parties meet SP jagatsinghpur SP demanding normalize situation after visit Dhinkia
ଢ଼ିଙ୍କିଆରେ ରାଜନୈତିକ ଦଳର ନେତୃବୃନ୍ଦ, ସ୍ଥିତି ସ୍ବାଭାବିକ ପାଇଁ SPଙ୍କ ସହ ଆଲୋଚନା
author img

By

Published : Jan 21, 2022, 10:12 PM IST

ଜଗତସିଂହପୁର: ଢ଼ିଙ୍କିଆରେ ଜାନୁଆରୀ ୧୪ତାରିଖରେ ପୋଲିସର ଲାଠିମାଡ଼ ଘଟଣାକୁ ନେଇ ରାଜନୈତିକ ମହଲରେ ତୀବ୍ର ବିରୋଧ ଦେଖିବାକୁ ମିଳିଛି । ୧୩ଟି ରାଜନୈତିକ ଦଳର ନେତୃବୃନ୍ଦ ଶୁକ୍ରବାର ଢ଼ିଙ୍କିଆ ଗ୍ରସ୍ତ କରିବା ସହ, ଘଟଣା ସମ୍ପର୍କରେ ଗ୍ରାମବାସୀ ମାନଙ୍କ ସହିତ ଆଲୋଚନା କରିଛନ୍ତି । ଜାନୁଆରୀ ୧୪ ତାରିଖରେ ପୋଲିସ ଆକ୍ରମଣର ଶିକାର ହୋଇଥିବା ପୁରୁଷ, ମହିଳା ଛୋଟ ପିଲାମାନଙ୍କୁ ଭେଟିବା ସହିତ ସେଦିନର ଘଟଣା ପଚାରି ବୁଝିଛନ୍ତି । ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କାହାପାଇଁ ବୋଲି ନେତାମାନେ ପ୍ରଶ୍ନ ଉଠାଇଛନ୍ତି ।

ଢ଼ିଙ୍କିଆରେ ରାଜନୈତିକ ଦଳର ନେତୃବୃନ୍ଦ, ସ୍ଥିତି ସ୍ବାଭାବିକ ପାଇଁ SPଙ୍କ ସହ ଆଲୋଚନା

ଏହାମଧ୍ୟ ପଢନ୍ତୁ: Dhinkia Issue: ପାଠପଢାରୁ ବଞ୍ଚିତ ଢ଼ିଙ୍କିଆ ଗାଁର 200ରୁ ଅଧିକ ପିଲା

ଗ୍ରାମବାସୀଙ୍କ ସହ ପ୍ରାୟ ୨ଘଣ୍ଟା କାଳ ଆଲୋଚନା କରିବା ପରେ ୧୩ ରାଜନୈତିକ ଦଳର ନେତୃବୃନ୍ଦ ଜଗତସିଂହପୁର SP ଅଖିଳେଶ୍ଵର ସିଂ ଙ୍କୁ ଭେଟି ଆଲୋଚନା କରିଥିଲେ । ୨୪ ଘଣ୍ଟା ମଧ୍ୟରେ ଢ଼ିଙ୍କିଆରୁ ପୋଲିସ ପ୍ରତ୍ୟାହାର କରିବାକୁ ଦାବି କରିବା ସହ ଅଞ୍ଚଳରେ ସ୍ଵାଭାବିକ ସ୍ଥିତି ଫେରାଇ ଆଣିବାକୁ କହିଥିଲେ । ଯଦି ଜିଲ୍ଲା ପ୍ରଶାସନ କି ପୋଲିସ ପ୍ରଶାସନ ଏଥିରେ ବିଫଳ ହୁଅନ୍ତି ତେବେ ଆଗାମୀ ଦିନରେ ପୋଲିସ DGPଙ୍କୁ ଭେଟିବା ସହ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ଚେତାବନୀ ଦେଇଛନ୍ତି ରାଜନେତା ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.