ETV Bharat / state

କୁଜଙ୍ଗ ଥାନାରେ ଭଙ୍ଗାରୁଜା: ଧାରଣାରେ ଫତେପୁର ଗ୍ରାମବାସୀ - ଜଗତସିଂହପୁର ଖବର

କୁଜଙ୍ଗ ଥାନାରେ ଭଙ୍ଗାରୁଜା କଲେ ଫତେପୁର ଗ୍ରାମବାସୀ । ପୋଲିସ ସହ ଧସ୍ତାଧସ୍ତି ହେବା ସହିତ ଥାନା ଆଗରେ ଶତାଧିକ ପୁରୁଷ ମହିଳା ଧାରଣାରେ ବସିଛନ୍ତି । ଅଧିକ ପଢନ୍ତୁ

କୁଜଙ୍ଗ ଥାନାରେ ଭଙ୍ଗାରୁଜା: ଧାରଣାରେ ଫତେପୁର ଗ୍ରାମବାସୀ

author img

By

Published : Dec 9, 2021, 6:20 PM IST

ଜଗତସିଂହପୁର : କୁଜଙ୍ଗ ଥାନାରେ ଭଙ୍ଗାରୁଜା କଲେ ଫତେପୁର ଗ୍ରାମବାସୀ । ପୋଲିସ ସହ ଧସ୍ତାଧସ୍ତି ହେବା ସହିତ ଥାନା ଆଗରେ ଶତାଧିକ ପୁରୁଷ ମହିଳା ଧାରଣାରେ ବସିଛନ୍ତି। ଖବର ଅନୁଯାୟୀ କୁଜଙ୍ଗ ଥାନା ଅନ୍ତର୍ଗତ ଫତେପୁର ଗାଁକୁ ଆଜି( ଗୁରୁବାର) ଟାଟା କମ୍ପାନୀର କେତେକ କର୍ମଚାରୀ ଗାଁର ବିଭିନ୍ନ ଲୋକଙ୍କ ଘରକୁ ପ୍ରବେଶ କରି ତନଖି ଆରମ୍ଭ କରିଥିଲେ । ଏହାକୁ ଗାଁର ମହିଳାମାନେ ବିରୋଧ କରିଥିଲେ । ଘରେ କେହି ପୁରୁଷ ଲୋକ ନ ଥିବାରୁ ବିଜୁଳି କର୍ମଚାରୀଙ୍କୁ ପରେ ଆସିବାକୁ କହିଥିଲେ ।

କୁଜଙ୍ଗ ଥାନାରେ ଭଙ୍ଗାରୁଜା: ଧାରଣାରେ ଫତେପୁର ଗ୍ରାମବାସୀ

ହେଲେ ଟାଟା କମ୍ପାନୀର କର୍ମଚାରୀ ଏହାକୁ ନ ମାନି ଘର ମଧ୍ୟକୁ ପ୍ରବେଶ କରିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ବିଜୁଳି କର୍ମଚାରୀ ଏହାକୁ ନେଇ କୁଜଙ୍ଗ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଫତେପୁର ଗାଁ ଜଣକୁ ଗିରଫ କରି ଥାନାଙ୍କୁ ଆଣିଥିଲା।ଏହି ଖବର ପ୍ରଘଟ ହେବାପରେ ଶହ ଶହ ଗ୍ରାମବାସୀ ଏକାଠି ହୋଇ କୁଜଙ୍ଗ ଥାନରେ ପହଞ୍ଚିଥିଲେ । ପୋଲିସ ଧରି ଆଣିଥିବା ଗ୍ରାମବାସୀଙ୍କୁ ଛାଡିବା ଦାବିରେ ଥାନାରେ ଭଙ୍ଗାରୁଜା କରିବା ସହ ଘେରାଉ କରିଥିଲେ । ବର୍ତ୍ତମାନ ସୁଦ୍ଧା ସ୍ଥାନୀୟ ଲୋକମାନେ ଧାରଣା ଜାରି ରଖିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.