ଜଗତସିଂହପୁର: ସମଗ୍ର ବିଶ୍ବରେ କୋରୋନା ଭାଇରସର ଆତଙ୍କ ଦେଖା ଦେଇଥିବାବେଳେ ଏହାକୁ ନେଇ ପାରାଦ୍ବୀପ ବନ୍ଦର ପକ୍ଷରୁ ହାଇଆର୍ଲଟ ଜାରି ହୋଇଛି। ମାଲେସିଆ, ସିଙ୍ଗାପୁର, ହଂକଂ ଆଦି ଦେଶରେ ଏହି ଭୁତାଣୁ ଚିହ୍ନଟ ହେବା ପରେ ଏହି ସବୁ ଦେଶର ଜାହାଜକୁ ବନ୍ଦର ମଧ୍ୟକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି।
ବିଶେଷ କରି ଚୀନ ଓ ଚୀନ ଦେଇ ଆସୁଥିବା ଜାହାଜ ଗୁଡିକୁ ବନ୍ଦର ମଧ୍ୟଙ୍କୁ ପ୍ରବେଶକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି। ବନ୍ଦରର 4 ନଂ ଗେଟରେ ଏକ ବଡି ସ୍କାନର ଲଗାଯିବା ସହିତ ଜାହାଜରୁ ବନ୍ଦରକୁ ଓ ବନ୍ଦରରୁ ଜାହାଜ କୁ ଯିବା ଆସିବା କରୁଥିବା ଲୋକଙ୍କ ସ୍କାନ କରାଯାଉଛି। ଜିଲା ସ୍ବାସ୍ଥ୍ୟ ବିଭାଗ ମଧ୍ୟ ଏହା କୁ ନେଇ ସତର୍କ ଦୃଷ୍ଟି ରଖିବା ସହ ପୋର୍ଟ ହସ୍ପିଟାଲରେ ଓ ଜିଲା ହସ୍ପିଟାଲରେ ବିଶେଷ ବ୍ୟବସ୍ଥା କରିଛି।
ଜାହାଜରେ ଆସୁଥିବା ନାବିକ ମାନଙ୍କର ପ୍ରଥମେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ହିଁ ବନ୍ଦର କୁ ଆସିବାକୁ ଅନୁମତି ଦିଆଯାଉଛି। ଯଦି ଏହି ଭୁତାଣୁ ଜନିତ ରୋଗ ଚିହ୍ନଟ ହୁଏ ଏହାକୁ ତୁରନ୍ତ ଚିକିତ୍ସା ପାଇଁ ବେବସ୍ଥା କରାଯାଇଥିବା ଜଗତସିଂହପୁର ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ କ୍ଷେତ୍ରବାସୀ ନାୟକ ପ୍ରକାଶ କରିଛନ୍ତି।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ