ETV Bharat / state

ସରିଲା କଳିଙ୍ଗ ଓ ଚେଳିତୋଳ ବାଲିଯାତ୍ରା, ବୁଲିଲେ କିଣିଲେ ଝୁମିଲେ ଦର୍ଶକ

କୋରୋନା କୋପ କମିବା ପରେ ଦୀର୍ଘ 8 ଦିନ ଧରି ଚାଲିଥିବା ଜଗତସିଂହପୁର ଜିଲ୍ଲା ପାରାଦ୍ବୀପରେ କଳିଙ୍ଗ ଓ ତିର୍ତ୍ତୋଲରେ ଚେଳିତୋଳ ବାଲିଯାତ୍ରା ଶେଷ ହୋଇଛି । ଅଧିକ ପଢନ୍ତୁ

author img

By

Published : Nov 15, 2022, 1:40 PM IST

ସରିଲା କଳିଙ୍ଗ ଓ ଚେରିତୋଳ ବାଲିଯାତ୍ରା, ବୁଲିଲେ ଖାଇଲେ ଝୁମିଲେ ଦର୍ଶକ

ଜଗତସିଂହପୁର: ଧୁମ ବୁଲିଲେ । ମନ ପସନ୍ଦର ଚଟପଟା ଖାଦ୍ୟ ଖାଇଲେ । ଦୋଳିରେ ବସିଲେ ଜିନିଷ କିଣିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ । ଏହିପରି ଭାବେ ବାଲିଯାତ୍ରାକୁ ଉପଭୋଗ କଲେ ଜଗତସିଂହପୁରବାସୀ । କୋରୋନା କୋପ କମିବା ପରେ ଦୀର୍ଘ 8 ଦିନ ଧରି ଚାଲିଥିବା ଜଗତସିଂହପୁର ଜିଲ୍ଲା ପାରାଦ୍ବୀପରେ ନୌବାଣିଜ୍ୟ ପରମ୍ପରା କଳିଙ୍ଗ ଓ ତିର୍ତ୍ତୋଲରେ ଚେଳିତୋଳ ବାଲିଯାତ୍ରା ଶେଷ ହୋଇଛି । ଖାଲି ଜିଲ୍ଲା କାହିଁକି ପାଖ ଜିଲ୍ଲା କେନ୍ଦ୍ରାପଡାରୁ ଲୋକ ମଧ୍ୟ ବାଲିଯାତ୍ରା ଦେଖିବାକୁ ଆସିଥିଲେ । ଖୁବ ଶାନ୍ତି ଶୃଙ୍ଖଳାର ସହି ଉତ୍ସବ ସମାପନ ହୋଇଛି । ପୁଣି ଆର ବର୍ଷକୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି ଲୋକମାନେ ।

ପାରାଦ୍ୱୀପର ବିଜୁ ମୈଦାନରେ କାର୍ତ୍ତିକ ପୂର୍ଣ୍ଣିମା ଦିନଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଉଦଯାପନି ହୋଇଛି । ଉଦଯାପନୀ ଉତ୍ସବରେ ଜିଲ୍ଲାପାଳ ପାରୁଲ ପଟୱାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପାରାଦ୍ୱୀପ ବାଲିଯାତ୍ରା ପୂର୍ବ ଗୌରବର ସ୍ମତି ଚାରଣ କରୁଥିବା କହିଥିଲେ । ଦୀର୍ଘ ଦୁଇବର୍ଷ ହେଲା କୋଭିଡ ଯୋଗୁଁ ଏହି ଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଏହା ସଫଳ ହୋଇଥିବା ଜିଲ୍ଲାପାଳ କହିଛନ୍ତି । ଏହି କାର୍ଯ୍ୟକ୍ରମର ଅତିଥି ଭାବେ ଇଫ୍କୋ ନିର୍ଦ୍ଦେଶକ କେ ଜେ ପଟେଲ, ପାରାଦ୍ୱୀପ ପୌରାଧକ୍ଷ ବସନ୍ତ କୁମାର ବିଶ୍ବାଳ, ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀର ପ୍ରମୁଖ ଉପସ୍ଥିତ ଥିଲେ। ତେବେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରତାପ ଦେବ, ଓ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ ଯୋଗ ଦେବାର କାର୍ଯ୍ୟକ୍ରମ ଥିବାବେଳେ ସେ ଯୋଗ ଦେଇ ନଥିଲେ ।

ସେହିପରି ତିର୍ତ୍ତୋଲ ସ୍ଥିତ ଚେଳିତୋଳ ବାଲିଯାତ୍ରା ମଧ୍ୟ ଉଦଯାପିତ ହୋଇଛି । ଏହି ଉତ୍ସବରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଯୋଗଦେଇ ନୌ ବାଣିଜ୍ୟ ପରମ୍ପରା ଉପରେ ଅଲୋକପାତ କରିଥିଲେ । ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଲୋକେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ଦର୍ଶକ । ଅନ୍ତିମ ଦିନରେ ବିଭିନ୍ନ ଷ୍ଟଲରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା । ଚଳିତ ବର୍ଷ ପରେ ଆଗମୀ ବର୍ଷରେ ଏହି ବାଲିଯାତ୍ରାକୁ ସଫଳ କରିବାକୁ ଲକ୍ଷ୍ୟ ରଖାଯାଇଛି । ଣି ଆର ବର୍ଷକୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି ଜିଲ୍ଲାବାସୀ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.