ETV Bharat / state

JSW Project: ମହିଳା ସ୍ବେଚ୍ଛାସେବୀଙ୍କୁ ସପକ୍ଷବାଦୀଙ୍କ ଅସଦାଚରଣ ଓ ସାମ୍ବାଦିକଙ୍କୁ ମାଡ଼ ଅଭିଯୋଗ

author img

By

Published : Jan 17, 2022, 9:01 PM IST

ଢ଼ିଙ୍କିଆ ଗ୍ରାମ ପୁରୁଷ ଶୂନ୍ୟ ହୋଇଥିବାବେଳେ କମ୍ପାନୀ ସପକ୍ଷବାଦୀମାନେ ବିଭିନ୍ନ ସ୍ଥାନରେ ଜଗିରହି ଢ଼ିଙ୍କିଆକୁ ଆସୁଥିବା ବାହାର ଲୋକଙ୍କୁ ଗାଁ ଭିତରକୁ ପ୍ରବେଶ କରାଇ ଦେଉନାହାଁନ୍ତି । ଅଧିକ ପଢନ୍ତୁ

JSW Project: supporters in dhinkia abused lady social worker and beat up journalists
JSW Project: ମହିଳା ସ୍ବେଚ୍ଛାସେବୀଙ୍କୁ ସପକ୍ଷବାଦୀଙ୍କ ଅସଦାଚରଣ ଓ ସାମ୍ବାଦିକଙ୍କୁ ମାଡ଼ ଅଭିଯୋଗ

ଢିଙ୍କିଆ(ଜଗତସିଂହପୁର): ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ପ୍ରସ୍ତାବିତ JSW ପ୍ରକଳ୍ପ ଦିନକୁ ଦିନ ବିବାଦ ଆଡକୁ ଯାଉଥିବା ଦେଖିବାକୁ ମିଳୁଛି । ଆଜି ସୁଦ୍ଧା ଢ଼ିଙ୍କିଆ ଗ୍ରାମ ପୁରୁଷ ଶୂନ୍ୟ ହୋଇଥିବାବେଳେ କମ୍ପାନୀ ସପକ୍ଷବାଦୀମାନେ ବିଭିନ୍ନ ସ୍ଥାନରେ ଜଗିରହି ଢ଼ିଙ୍କିଆକୁ ଆସୁଥିବା ବାହାର ଲୋକଙ୍କୁ ଗାଁ ଭିତରକୁ ପ୍ରବେଶ କରାଇ ଦେଉନାହାଁନ୍ତି ।

ଏହାମଧ୍ୟ ପଢନ୍ତୁ: ଢ଼ିଙ୍କିଆରେ ଏକାଧିକ ଗ୍ରାମବାସୀ ନିଖୋଜ: ଚିନ୍ତାରେ ପରିବାର, ଗାଁରେ ପୋଲିସର ଫ୍ଲାଗମାର୍ଚ୍ଚ

କମ୍ପାନୀ ବିରୋଧରେ ଯିଏ ବି କହୁଛି, ସେମାନଙ୍କୁ ମାଡ଼ ମରାଯାଉଥିବା ଅଭିଯୋଗ ହୋଇଛି । ଜଣେ ମହିଳା ସ୍ବେଚ୍ଛାସେବୀ ଢ଼ିଙ୍କିଆକୁ ଯିବା ସମୟରେ କେତେକ କମ୍ପାନୀ ସପକ୍ଷବାଦୀ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଠେଲାପେଲା କରିଛନ୍ତି । ଯାହାକୁ ନେଇ ଥାନାରେ ଅଭିଯୋଗ ହୋଇଛି । ସେହିପରି ଢ଼ିଙ୍କିଆରେ ଗ୍ରାମବାସୀଙ୍କ ସମସ୍ୟାକୁ ନେଇ ଖବର ସଂଗ୍ରହ କରୁଥିବା ସମୟରେ ଦୁଇଜଣ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ କମ୍ପାନୀ ଲୋକେ ମାଡ଼ ମାରିଥିବା ଅଭୟଚାନ୍ଦପୁର ଥାନାରେ ଅଭିଯୋଗ ହୋଇଛି । ଯାହାକୁ ନେଇ ପୋଲିସ ମାମଲା ରୁଜୁ କରିଥିବା ଜଣାପଡ଼ିଛି ।

ଗତକାଲି ସନ୍ଧ୍ୟାରେ ଜଗତସିଂହପୁର SP ଅଖିଳେଶ୍ବର ସିଂ ଢ଼ିଙ୍କିଆକୁ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି । ଢ଼ିଙ୍କିଆ ଲୋକଙ୍କୁ ନିଜ ଘରକୁ ଫେରିଆସିବା ପାଇଁ ନିବେଦନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଗିରଫଦାରୀ ଭୟରେ ଗଣମାଧ୍ୟମ ଆଗରେ ମୁହଁ ଖୋଲୁନାହାଁନ୍ତି ଗ୍ରାମବାସୀ । ଦିନରାତି ତାଟି କବାଟ ପକାଇ ଘରଭିତରେ ରହୁଛନ୍ତି ଲୋକେ । ଫଳରେ ଢ଼ିଙ୍କିଆରେ ଅଘୋଷିତ କର୍ଫ୍ୟୁ ଦେଖିବାକୁ ମିଳୁଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.