ETV Bharat / state

ଧାନ ବିଲରେ ଜଉ ପୋକ ଆତଙ୍କ, ଚାଷୀ ମୁଣ୍ଡରେ ଚଡକ - jau and sahara insect

ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଧାନ ପାଚି ଅମଳ ସମୟ ବେଳକୁ ଧାନ ବିଲରେ ମାଡ଼ିବାରେ ଲାଗିଛି ଜଉ ପୋକ ବା ସହାରା ପୋକ ।  ଏହି ପୋକ ଆକ୍ରମଣ ଫଳରେ ଧାନକେଣ୍ଡା ଗୁଡିକରେ କଳା ଫିମ୍ପି ମାଡିଯାଉଥିବା ସହ ଧାନ କେଣ୍ଡା ନଷ୍ଟ ହୋଇଯାଉଛି ।

ଚାଷୀ ମୁଣ୍ଡରେ ଚଡ଼କ
ଚାଷୀ ମୁଣ୍ଡରେ ଚଡ଼କ
author img

By

Published : Dec 7, 2019, 9:31 PM IST

ଜଗତସିଂହପୁର: ଜିଲ୍ଲାର ବିଭିନ୍ନ ବ୍ଲକର ଧାନ କ୍ଷେତରେ ଜଉ ଓ ସହାରା ରୋଗ ବ୍ୟାପିବାରେ ଲାଗିଛି । ଏହାକୁ ନେଇ ଆତଙ୍କିତ ଚାଷୀକୂଳ। ବିଲରେ ପାଚିଲା ଧାନର ସମ୍ଭାର ଦେଖି ଚାଷୀ ମୁଁହରେ ହସ ଫୁଟି ଉଠିଥିଲା କିନ୍ତୁ ଏବେ ଧାନ କ୍ଷେତ ଦେଖିଲେ ଚାଷୀ ମୁଣ୍ଡରେ ଚଡକ ପଡିଯାଉଛି ।

ଧାନ ବିଲରେ ଜଉପୋକ ଆତଙ୍କ, ଚାଷୀ ମୁଣ୍ଡରେ ଚଡ଼କ

ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଧାନ ପାଚି ଅମଳ ସମୟ ବେଳକୁ ଧାନ ବିଲରେ ମାଡୁଛନ୍ତି ଜଉ ପୋକ ବା ସହାରା ପୋକ । ଏହି ପୋକ ଆକ୍ରମଣ କଲେ ଧାନକେଣ୍ଡା ଗୁଡିକରେ କଳା ଫିମ୍ପି ମାଡିଯାଉଛି ଓ ଧାନ କେଣ୍ଡା ନଷ୍ଟ ହେଉଛି । ଏମିତିକି ଧାନଗଛ ଗୁଡିକ ଝାଉଁଳିବା ସହ ମରିଯାଉଛି ।

ଜିଲ୍ଲାର ବିରିଡି, ଜଗତସିଂହପୁର, ରଘୁନାଥପୁର, ତିର୍ତୋଲ ବ୍ଲକର ଶହ ଶହ ହେକ୍ଟର ଧାନ କ୍ଷେତ ଏହି ରୋଗରେ ପ୍ରଭାବିତ ହୋଇଛି । ଏ ସମ୍ପର୍କରେ ଜିଲ୍ଲା କୃଷି ଅଧିକାରୀ ରବିନାରାୟଣ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଏହିରୋଗ କିଛି ବ୍ଲକରେ ଦେଖିବାକୁ ମିଳିଛି । ଏହାର ପ୍ରତିକାର ପାଇଁ କୃଷି ବିଭାଗ ପଦକ୍ଷେପ ନେଉଥିବା କହିଛନ୍ତି ଅଧିକାରୀ । ତେବେ ଚାଷୀ ମାନଙ୍କ ସମସ୍ୟା ନେଇ ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକ ରେ ଜଉ ଓ ସହାରା ରୋଗ ବ୍ୟାପିବାରେ ଲାଗିଛି।ଏହାକୁ ନେଇ ଆତଙ୍କିତ ଚାଷୀକୁଳ,ବିଲରେ ପାଚିଲା ଧାନ ର ସମ୍ଭାର ଦେଖି ଚାଷୀ ମୁଁହ ରେ ହସ ଫୁଟି ଉଠିଥିଲା।କିନ୍ତୁ ଏବେ ଧାନ କ୍ଷେତ ଦେଖିଲେ ମୁଣ୍ଡ କୋଡ଼ିହୋଇ ଯାଉଛି।ମୁଣ୍ଡରେ ହାତ ଦେଇ ବସିଛି ଚାଷୀ।ଧାନ ପାଚି ଅମଳ ସମୟ ବେଳକୁ ଧାନ ବିଲରେ ମାଡୁଛନ୍ତି ଜଉ ପୋକ ବା ସହାରା ପୋକ, ଏହି ପୋକ ଆକ୍ରମଣ କଲେ ଧାନକେଣ୍ଡ ଗୁଡିକରେ କଳା ଫିମ୍ପି ମାରିଯାଉଛି।ଓ ଧାନ କେଣ୍ଡା ନଷ୍ଟ ହେଉଛି।ଏମିତିକି ଧାନଗଛ ଗୁଡିଗ ଝାଉଁଳିବା ସହ ମରିଯାଉଛି। ଏହା ଦେଖି ଚାଷୀ ମୁଣ୍ଡରେ ଚଡକ ପଡିଛି।ଜିଲାର ବିରିଡି ,ଜଗତସିଂହପୁର, ରଘୁନାଥପୁର, ତ୍ରିତଲ ବ୍ଲକର ଶହ ଶହ ହେକ୍ଟର ଧାନ କ୍ଷେତ ଏହିରୋଗ ରେ ପ୍ରଭାବିତ ହୋଇଛି।ଏ ସମ୍ପର୍କରେ ଆମେ ଜିଲା କୃଷି ଅଧିକାରୀ ରବିନାରାୟଣ ମହାପାତ୍ର ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏହିରୋଗ କିଛି ବ୍ଲକ ରେ ଦେଖିବାକୁ ମିଳିଛି।ଏହାର ପ୍ରତିକାର କ୍ଷେତ୍ରରେ କୃଷି ବିଭାଗ ପଦକ୍ଷେପ ନେଉଛି।ତେବେ ଚାଷୀ ମାନଙ୍କ ସମସ୍ୟାନେଇ ଜିଲାପ୍ରସାସନ ଓ କୃଷି ବିଭାଗ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇ ପଡିଛି।

Body:byt _ରବିନାରାୟଣ ମହାପାତ୍ର, ଜିଲା କୃଷି ଅଧିକାରୀ
byt_ଅକ୍ଷୟ କୁମାର ବେହେରା।ଚାଷୀ

Conclusion:report_ susanta patra
jagatsinghpur
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.