ETV Bharat / state

ଫନି କ୍ଷୟକ୍ଷତି ଦାବି: ତହସିଲ କାର୍ଯ୍ୟାଳୟ ଘେରାଉ କଲା ନବନିର୍ମାଣ କୃଷକ ସଂଘ - protest

ଫନି ଯିବାର ଅନେକ ଦିନ ହୋଇଯାଇଥିଲେ ମଧ୍ୟ ଆଜିଯାଏଁ କ୍ଷତିଗ୍ରସ୍ତଙ୍କୁ ମିଳିନି କୌଣସି ସରକାରୀ ସହାୟତା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର
author img

By

Published : May 27, 2019, 8:56 PM IST

ଜଗତସିଂହପୁର: ସାମୁଦ୍ରିକ ଝଡ ଫନିରେ ବାସହୀନ ହୋଇଥିବା ଲୋକଙ୍କୁ ଥଇଥାନ ଦାବିରେ ଆଜି(ସୋମବାର) ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରଘୁନାଥପୁର ତହସିଲ ଘେରାଉ କରାଯାଇଥିଲା ।

ବ୍ଲକରେ ଫନି ମାଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଜିଲ୍ଲା ପ୍ରଶାସନର ବେପରୁଆ ମନୋଭାବ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେଉଁଥିପାଁଇ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ଦେବାକୁ ସଂଗଠନ ଦାବି କରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଏନେଇ ନବନିର୍ମାଣ କୃଷକ ସଂଘଠନର କର୍ମକର୍ତ୍ତାମାନେ ରଘୁନାଥପୁର ବଜାରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟ ଭିତରକୁ ଧସେଇ ପସିବାକୁ ଉଦ୍ୟମ କରିଥିଲେ । ଏନେଇ ପୋଲିସ ତାଙ୍କୁ ରୋକିବାକୁ ଚେଷ୍ଟା କରିଥିବାବେଳେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.