ETV Bharat / state

ଜଗତସିଂହପୁର: 2 କୋରୋନା ଯୋଦ୍ଧାଙ୍କ ସମେତ 108 ପଜିଟିଭ ଚିହ୍ନଟ - jagatsinghpur report 108 covid cases

ଜଗତସିଂହପୁର ସଦର ଥାନାର ଜଣେ ଏଏସଆଇ ସଂକ୍ରମଣର ଶିକାର ହୋଇଥିବାବେଳେ, ଏସପି ଅଫିସରେ କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କ ରିପୋର୍ଟ ମଧ୍ୟ ପଜିଟିଭ ରହିଛି ।

jagatsinghpur report new 108 covid positive cases including two police staff
ଦୁଇ ପୋଲିସଙ୍କ ସମେତ ଜିଲ୍ଲାରୁ ନୂଆ 108 କୋରୋନା ପଜିଟିଭ ଚିହ୍ନଟ
author img

By

Published : Sep 13, 2020, 8:54 PM IST

ଜଗତସିଂହପୁର: ରବିବାର ଜିଲ୍ଲାରୁ ନୂଆ 108 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭଙ୍କ ମଧ୍ୟରେ ଦୁଇ ପୋଲିସ କର୍ମଚାରୀ ମଧ୍ୟ ରହିଛନ୍ତି । ଜଗତସିଂହପୁର ସଦର ଥାନାର ଜଣେ ଏଏସଆଇ ସଂକ୍ରମଣର ଶିକାର ହୋଇଥିବାବେଳେ ଏସପି ଅଫିସରେ କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କ ରିପୋର୍ଟ ମଧ୍ୟ ପଜିଟିଭ ରହିଛି ।

ଦୁଇ ପୋଲିସଙ୍କ ସମେତ ଜିଲ୍ଲାରୁ ନୂଆ 108 କୋରୋନା ପଜିଟିଭ ଚିହ୍ନଟ

ଆଜି ଚିହ୍ନଟ ହୋଇଥିବା 108 ଜଣଙ୍କ ମଧ୍ୟରୁ ବାଲିକୁଦାରୁ 10, ବିରିଡିରୁ 11, ଏରସମାରୁ 3, ଜଗତସିଂହପୁର ବ୍ଲକରୁ 16, ଜଗତସିଂହପୁର ପୌରାଞ୍ଚଳରୁ 11, ନାଉଗାଁରୁ 2, କୁଜଙ୍ଗରୁ 13, ପାରାଦ୍ୱୀପରୁ 12, ରଘୁନାଥପୁରରୁ 6, ତିର୍ତ୍ତୋଲରୁ 21 ଓ ଅନ୍ୟାନ୍ୟ ସ୍ଥାନରୁ 28, କଟକ ଓ କେନ୍ଦ୍ରାପଡା ଜିଲ୍ଲାରୁ ଆସିଥିବା 3 ଜଣ କୋରୋନା ପଜିଟିଭ ଥିବା ଜଣାପଡ଼ିଛି।

ଏହି ସଂଖ୍ୟା ସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2990ରେ ପହଞ୍ଚିଛି । ତେବେ 2006 ଜଣ ସୁସ୍ଥ ହୋଇ ସାରିଥିବାବେଳେ, ବର୍ତ୍ତମାନ ସୁଦ୍ଧା 978 ଜଣ ସକ୍ରିୟ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 6ରେ ସ୍ଥିର ରହିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.