ETV Bharat / state

JSW Project; ଜଗତସିଂହପୁରରେ ପ୍ରସ୍ତାବିତ JSW ପ୍ରକଳ୍ପ ବିରୁଦ୍ଧରେ ଶୋଭାଯାତ୍ରା - jagatsinghpur jsw project

ଜଗତସିଂହପୁରରେ ଜିନ୍ଦଲ ପ୍ରକଳ୍ପକୁ ବିରୋଧ । ପ୍ରକଳ୍ପର ପ୍ରତିବାଦରେ ବିରାଟ ଶୋଭାଯାତ୍ରା କଲେ ଶତାଧିକ ଗ୍ରାମବାସୀ । ଅଧିକ ପଢନ୍ତୁ

ଜଗତସିଂହପୁରରେ ପ୍ରସ୍ତାବିତ jsw ପ୍ରକଳ୍ପ ବିରୁଦ୍ଧରେ ପଞ୍ଚାୟତବାସୀଙ୍କ ଶୋଭାଯାତ୍ରା

author img

By

Published : Nov 21, 2021, 3:31 PM IST

ଜଗତସିଂହପୁର: ଜିଲ୍ଲାରେ ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ନେଇ ଆଲୋଚନା ବୈଠକ କରିଥିଲା ଜଗତସିଂହପୁର ପ୍ରଶାସନ । କୁଜଙ୍ଗ ଓ ନୂଆଗାଁ ପଞ୍ଚାୟତରେ ମିଶ୍ରିତ ଭାବେ ଆଲୋଚନା କରାଯାଇଥିଲା । ଏହି କ୍ରମରେ ଆଜି ଢ଼ିଙ୍କିଆ ପଞ୍ଚାୟତ ଅଫିସରେ ପୁଣି ଆଲୋଚନା ଶିବିର ଅନୁଷ୍ଠିତ ହେବାକୁ ଥିଲା । ମାତ୍ର ବୈଠକ ପୂର୍ବରୁ ପ୍ରକଳ୍ପ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ପଞ୍ଚାୟତବାସୀ । ଢ଼ିଙ୍କିଆ ଅଞ୍ଚଳର ଶତାଧିକ ଗ୍ରାମବାସୀ ଆଜି ଗ୍ରାମର ଫୁଲଖାଇ ମନ୍ଦିର ନିକଟରୁ ଶୋଭାଯାତ୍ରାରେ ବାହାରି ପଞ୍ଚାୟତ ଅଫିସରେ ପହଞ୍ଚିଛନ୍ତି । ଗ୍ରାମବାସୀଙ୍କ ନାରାବାଜିରେ ସମଗ୍ର ଅଞ୍ଚଳ ଫାଟି ପଡିଛି ।

ଜଗତସିଂହପୁରରେ ପ୍ରସ୍ତାବିତ jsw ପ୍ରକଳ୍ପ ବିରୁଦ୍ଧରେ ପଞ୍ଚାୟତବାସୀଙ୍କ ଶୋଭାଯାତ୍ରା

ସୂଚନାଯୋଗ୍ୟ, ଢ଼ିଙ୍କିଆ ପଞ୍ଚାୟତ ଅଫିସ ପରିସରରେ JSW ପ୍ରକଳ୍ପକୁ ନେଇ ଆଜି ଆଲୋଚନା ବୈଠକ ବସିବ । ଏହି ବୈଠକରେ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀ, ଏସପି, ଅଖିଳେଶ୍ବର ସିଂ, ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସହିତ ଏରସମା ବ୍ଲକ ଅଧିକାରୀ ଓ ଜିନ୍ଦଲ ଅଧିକାରୀମାନେ ସାମିଲ ହେବେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.