ETV Bharat / state

ନାଉଗାଁ ବ୍ଲକରେ ବ୍ୟାପକ ଦୁର୍ନୀତି: ବିଡିଓଙ୍କ ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ସରପଞ୍ଚ - ନୂଆଗାଁ ବିଡିଓଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ

ନାଉଗାଁ ବିଡିଓଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ସରପଞ୍ଚ । ଅଧିକ ପଢନ୍ତୁ

ବିଡିଓଙ୍କ ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ସରପଞ୍ଚ

author img

By

Published : May 21, 2023, 9:00 AM IST

ନାଉଗାଁ ବ୍ଲକରେ ବ୍ୟାପକ ଦୁର୍ନୀତି

ଜଗତସିଂହପୁର: ନାଉଗାଁ ବିଡିଓଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ । ନିରପେକ୍ଷ ତଦନ୍ତ ଦାବି କରି ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ସରପଞ୍ଚ । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଘୋଡାନ୍ସ ପଞ୍ଚାୟତର ସରପଞ୍ଚ ଏହି ଅଭିଯୋଗ ଆଣିଛନ୍ତି । ବ୍ଲକରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ସରପଞ୍ଚ ନିହାର ରଞ୍ଜନ ବସ୍ତିଆ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ, ଘୋଡାନ୍ସରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ବିଡ଼ିଓ ମିଶି ଚଞ୍ଚକତା କରି ୨ ଲକ୍ଷ ୮୬ ହଜାର ୬୨୦ ଟଙ୍କା ଆତ୍ମସାତ କରିଛନ୍ତି । ସରପଞ୍ଚଙ୍କ ଏଭଳି ସାଂଘାତିକ ଅଭିଯୋଗ ପରେ ଏହାର ତଦନ୍ତ ପାଇଁ ଜଗତସିଂହପୁର ପିଡ଼ିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ସରପଞ୍ଚ ନିହାର ରଞ୍ଜନ ବସ୍ତିଆ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ, ସେ ୨୦୨୨ ମାର୍ଚ୍ଚ ୧୧ ତାରିଖରୁ ସେ ଘୋଡାନ୍ସ ସରପଞ୍ଚ ଭାବରେ କାର୍ଯ୍ୟ କରିଆସୁଛନ୍ତି । ତେବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ତାଙ୍କୁ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ କୌଣସି ସହଯୋଗ କରିନାହାନ୍ତି । ପୂର୍ବରୁ ପଞ୍ଚାୟତରେ ହୋଇଥିବା ବିଭିନ୍ନ କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଜାଣି ସେ ବିଲ୍ କରିବାକୁ ଅନୁମତି ଦେଇନଥିଲେ । କିନ୍ତୁ ବିଡିଓ ତାଙ୍କୁ ଡକାଇ ବିଲରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏପରିକି ବ୍ଲକ କର୍ମଚାରୀ ଚଞ୍ଚକତା କରି ପଞ୍ଚାୟତରେ ବିଦ୍ୟୁତ ବିଲ ପୈଠ ପାଇଁ ସରପଞ୍ଚ ନିହାରଙ୍କ ଠାରୁ ଡିଜିଟାଲ ଦସ୍ତଖତ ନେଇ ତାଙ୍କର ଅଜଣାତରେ ଚଞ୍ଚକତା କରି ପଞ୍ଚାୟତର ସିଏଫସି ଓ ଏମଏଫସି ଆକାଉଣ୍ଟରୁ ମୋଟ ୨ଲକ୍ଷ ୮୬ ହଜାର ୬୨୦ ଟଙ୍କା ହଡପ କରିଥିବା ସେ ଅଭିଯୋଗ ଆଣିଛନ୍ତି ।

ଏହି ଘଟଣା ସାମ୍ନାକୁ ଆସିବା ପରେ ସେପ୍ଟେମ୍ବର ୨୬ରେ ସରପଞ୍ଚ ନାଉଗାଁ ବିଡ଼ିଓ ରଶ୍ମିରେଖା ମଲ୍ଲିକଙ୍କ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ବିଡ଼ିଓ ଏହାକୁ ଗ୍ରହଣ ନକରିବା ସହ ଦୁର୍ନୀତି ଘଟଣାକୁ ଚାପି ଦେବାକୁ ଚେଷ୍ଟା କରିଥିଲେ । ଏପରିକି ଏହି ଘଟଣା ପରେ ବିଡ଼ିଓ ଘୋଡାନ୍ସ ସରପଞ୍ଚଙ୍କୁ ବ୍ଲକ ଅଫିସ ଆସିବାକୁ ବାରଣ କରିଥିଲେ । ଯଦି ବ୍ଲକ ଅଫିସରେ ତୁମକୁ ଦେଖିବାକୁ ମିଳେ ତେବେ ଏସିଏସଟି ମାମଲା କରିବେ ବୋଲି ଧମକ ଦେଇଥିବା ସରପଞ୍ଚ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ନିରପେକ୍ଷ ତଦନ୍ତ କରିବାକୁ ସରପଞ୍ଚ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଏନେଇ ନାଉଗାଁ ବିଡ଼ିଓଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଗଣମାଧ୍ୟମ ଆଗରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.