ETV Bharat / state

ମୃତଦେହ ଟ୍ରଲିରେ ବୋହିବା ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ - ଜଗତସିଂହପୁର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ

ଜଗତସିଂହପୁରରେ ମୃତଦେହ ଟ୍ରଲିରେ ବୁହାଯିବା ଘଟଣା । ତଦନ୍ତ ନିର୍ଦ୍ଦେଶ ଦେଲା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

ମୃତଦେହ ଟ୍ରଲିରେ ବୋହିବା ଘଟଣା
ମୃତଦେହ ଟ୍ରଲିରେ ବୋହିବା ଘଟଣା
author img

By

Published : Aug 20, 2023, 7:26 AM IST

ମୃତଦେହ ଟ୍ରଲିରେ ବୋହିବା ଘଟଣାର ତଦନ୍ତ ନିର୍ଦ୍ଦେଶ

ଜଗତସିଂହପୁର: ସଦର ବ୍ଲକ ଅନ୍ତର୍ଗତ ମଣ୍ଡାସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହ ଟ୍ରଲିରେ ବୋହିବା ଘଟଣା । ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ସ୍ବାସ୍ଥ୍ୟସେବା ପାଇଁ ବିଭିନ୍ନ ଯୋଜନା କରାଯାଇଛି । ହେଲେ ରୋଗୀ ମୃତ୍ୟୁ ହେବା ପରେ ଡାକ୍ତରଖାନାରେ ମୃତଦେହ ଆଣିବା ପାଇଁ ଗାଡିର ସୁବିଧା ମିଳୁନି । ଯେଉଁ କାରଣରୁ ଗରୀବ ମୂଲିଆ ମଜୁରିଆ ଲୋକେ ବାଧ୍ୟ ହୋଇ କେତେବେଳେ ସାଇକେଲରେ ମୃତଦେହ ବୋହୁଛି ତ କେତେବେଳେ ଟ୍ରଲିରେ ଆଣୁଥିବା ଦୃଶ୍ୟ ନଜରକୁ ଆସୁଛି ।

ମୃତକଙ୍କ ପରିବାର ଲୋକେ ‘ଇଟିଭି ଭାରତ’କୁ ପ୍ରତିକ୍ରିୟାରେ କହିଛନ୍ତି ଯେ, ଗତ ୧୪ ତାରିଖ ଦିନ ସୁମା ଭୋଇଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମଣ୍ଡାସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ୧୫ ତାରିଖ ସକାଳ ପର୍ଯ୍ୟନ୍ତ ମୃତଦେହ ସ୍ବାସ୍ଥ୍ୟକେନ୍ଦ୍ରରେ ପଡି ରହିଥିଲା । କିନ୍ତୁ ମେଡ଼ିକାଲ କର୍ତ୍ତୃପକ୍ଷ ମୃତଦେହ ନେବାକୁ କୌଣସି ବ୍ୟବସ୍ଥା କରିନଥିଲେ । ଯାହାଫଳରେ ପରିବାର ଲୋକେ ନିରାଶ ହୋଇ ନିଜ ଘରୁ ଯାଇ ଏକ ଟ୍ରଲି ଆଣିଥିଲେ ଓ ଏଥିରେ ଦୀର୍ଘ ୪ କିଲୋମିଟର ପର୍ଯ୍ୟନ୍ତ ମୃତଦେହକୁ ବୋହି ନେଇଥିଲେ ।

ଏହାମଧ୍ୟ ପଢନ୍ତୁ: ମିଳିଲାନି ମହାପ୍ରୟାଣ ଗାଡି, ସ୍ତ୍ରୀର ମୃତଦେହକୁ ଟ୍ରଲିରେ ବୋହିଲା ସ୍ବାମୀ

ମୃତଦେହ ଟ୍ରଲିରେ ଆସୁଥିବା ଦେଖି କିଛି ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିବା ସହିତ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାକ୍ଷ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କ୍ୟାମେରା ସାମ୍ନାରେ କିଛି କହିବା ପାଇଁ ମନା କରିଦେଇଥିବା ବେଳେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ।

ଏହାମଧ୍ୟ ପଢନ୍ତୁ; ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ମିଳିଲାନି ମହାପ୍ରୟାଣ ଗାଡି, ସାଇକେଲରେ ବୁହାହେଲା ମୃତଦେହ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ହସ୍ପିଟାଲରୁ ମୃତଦେହ ମାଗଣାରେ ନେବାକୁ ରାଜ୍ୟ ସରକାର ମହାପ୍ରୟାଣ ଗାଡିରୁ ବ୍ୟବସ୍ଥା କରିଛନ୍ତି । ମାତ୍ର ଏହି ଗାଡିଗୁଡିକ କେବଳ ସହରାଞ୍ଚଳ ପାଇଁ ସେବା ଯୋଗାଉଥିବା ବେଳେ ଗ୍ରାମଞ୍ଚଳରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ ହୋଇପାରୁନାହିଁ । ଫଳରେ ମେଡିକାଲରୁ ମୃତଦେବ ନେବା ପାଇଁ ସମସ୍ୟା ସୃଷ୍ଟି ହେଉଛି ଏବଂ ଅନେକ ସମୟରେ ଅତ୍ୟନ୍ତ ଦୟନୀୟ ଚିତ୍ର ସାମ୍ନାକୁ ଆସୁଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.