ETV Bharat / state

ନାବାଳିକା ଦୁଷ୍କର୍ମକାରୀକୁ 20 ବର୍ଷ ସଶ୍ରମ କାରାଦଣ୍ଡାଦେଶ

ନାବାଳିକା ଦୁଷ୍କର୍ମକାରୀକୁ 20 ବର୍ଷ ସଶ୍ରମ କାରାଦଣ୍ଡାଦେଶ । ଜଗତସିଂହପୁର ଜିଲ୍ଲା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଅଧିକ ପଢନ୍ତୁ

author img

By

Published : Aug 1, 2023, 9:49 PM IST

Jagatsinghpur District court
Jagatsinghpur District court

ଜଗତସିଂହପୁର: ୭ ବର୍ଷୀୟା ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ । ଏହି ଦଣ୍ଡାଦେଶ ଶୁଣାଇଛନ୍ତି ଜଗତସିଂହପୁର ଜିଲ୍ଲା ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ଅଜୟ କୁମାର ମହାନ୍ତି । ଏହା ସହିତ ପୀଡ଼ିତାଙ୍କୁ ୭ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ସୂଚନା ଅନୁସାରେ ଗତ ୨୦୧୯ ମସିହାରେ ସଦର ଥାନା ଯଶୋବନ୍ତପୁର ଗାଁର ଜଣେ ୭ବର୍ଷୀୟା ନାବାଳିକା ଘର ନିକଟରେ ଖେଳୁଥିବା ବେଳେ ସେହି ଗାଁର ଅଭିଯୁକ୍ତ ନିଜ ଘରକୁ ଡାକି ନେଇଥିଲା । ଏକୁଟିଆ ପାଇ ସେକ ମୁନୁ ସମ୍ପୃକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା । ନାବାଳିକା ଜଣକ ଘରକୁ ଫେରି ମାଆଙ୍କୁ ଘଟଣା ବିଷୟରେ କହିବା ପରେ ନାବାଳିକାଙ୍କ ମାଆ ଜଗତସିଂହପୁର ଥାନାରେ ଏତଲା ଦେଇଥିଲେ ।

ଏହା ବି ପଢନ୍ତୁ- ନାବାଳିକା ଦୁଷ୍କର୍ମକାରୀକୁ ବାନ୍ଧିଲା ଡେରାବିଶ ପୋଲିସ, ସପ୍ତାହେ ଧରି ଥିଲା ଫେରାର

ପୋଲିସ କେସ ନମ୍ବର ୨୫୮/୨୦୧୯ ରୁଜୁ କରି ତଦନ୍ତ କରିବା ସହିତ ଆସାମୀ ସେକ ମୁନୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ସେହି ମାମଲାର ବିଚାର କରି ୧୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ଅଜୟ କୁମାର ମହାନ୍ତି ଦୁଷ୍କର୍ମ ଅଭିଯୁକ୍ତକୁ ୨୦ବର୍ଷ ଜେଲ ଦଣ୍ଡ ସହ ୨୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୪ମାସ ଜେଲଦଣ୍ଡ ଦଣ୍ଡିତ କରିଛନ୍ତି । ପୀଡ଼ିତାଙ୍କ ପକ୍ଷରୁ ଆଇନଜିବୀ ଦୋଳ ଗୋବିନ୍ଦ ଦାଶ ଏହି କେସ ପରିଚାଳନା କରୁଥିଲେ ।

ସୂଚନା ଥାଉ କି ପଡ଼ୋଶୀ ଜିଲ୍ଲା କେନ୍ଦ୍ରାପଡ଼ାରେ ମଧ୍ୟ ଏକ ନାବାଳିକା ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଥିଲା । ଏହି ଘଟଣାରେ ସପ୍ତାହେ ଧରି ଫେରାର ଥିବା ଅଭିଯୁକ୍ତକୁ କାବୁ କରିବାରେ ଡେରାବିଶ ପୋଲିସ ଗତକାଲି ସକ୍ଷମ ହୋଇଥିଲା । ଡେରାବିଶ ଥାନା ଅଧୀନ ଏକ ଗାଁର ଅଧିବାସୀ କୁଳମଣି ସାମଲ ଉକ୍ତ ଗାଁର ୧୫ ବର୍ଷୀୟ ନାବାଳିକାଙ୍କୁ ଦୀର୍ଘ ଦିନ ଧରି ଦୁଷ୍କର୍ମ କରୁଥିଲା । ଘର ସାମ୍ନାରେ ଥିବା ଏକ ପରିତ୍ୟକ୍ତ ଘରକୁ ନେଇ ଦୁଷ୍କର୍ମ କରୁଥିଲା । ଘରେ ଜଣାଇଲେ ହତ୍ୟା କରିବା ଲାଗି ଧମକ ଚମକ ଦେଉଥିଲା । ହେଲେ ନାବାଳିକା ଜଣକ ଗର୍ଭବତୀ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା । ଏହାପରେ ପୀଡ଼ିତାଙ୍କ ପରିବାର ବର୍ଗଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା ଡେରାବିଶ ପୋଲିସ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.