ETV Bharat / state

କଂଗ୍ରେସର ଜନ ଜାଗରଣ ଯାତ୍ରା: ସରକାର ବିରୋଧରେ ଜାରି ରହିବ ପ୍ରତିବାଦ

author img

By

Published : Nov 29, 2021, 9:08 PM IST

Updated : Nov 29, 2021, 9:42 PM IST

ଜନ ଜାଗରଣ ଯାତ୍ରାରେ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ଉପରେ ବର୍ଷିଲା ଜଗତସିଂହପୁର ଜିଲ୍ଲା କଂଗ୍ରେସ । ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ, ଜିଲ୍ଲା ସଭାପତି ନଟବର ବାରିକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲିକ ସାମିଲ । ଅଧିକ ପଢନ୍ତୁ

Jagatsinghpur district congress organise Jan jagaran Yatra
ଜଗତସିଂହପୁର ଜିଲ୍ଲା କଂଗ୍ରେସର ଜନ ଜାଗରଣ ଯାତ୍ରା

ଜଗତସିଂହପୁର: ଜନ ଜାଗରଣ ଯାତ୍ରା(Jan jagarn Yatra)ରେ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ଉପରେ ବର୍ଷିଲା ଜଗତସିଂହପୁର ଜିଲ୍ଲା କଂଗ୍ରେସ । ଆଜି(ସୋମବାର) ପୂର୍ବାହ୍ନରେ ମଣ୍ଡାସାହି ନିକଟରୁ ଶୋଭାଯାତ୍ରାରେ ଶତାଧିକ କଂଗ୍ରେସ କର୍ମୀ ବାହାରି ପାଟେଣିଗାଁ ଧୁଲେଶ୍ବର ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ ।

କଂଗ୍ରେସର ଜନ ଜାଗରଣ ଯାତ୍ରା: ସରକାର ବିରୋଧରେ ଜାରି ରହିବ ପ୍ରତିବାଦ

ଏଥିରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ, ଜିଲ୍ଲା ସଭାପତି ନଟବର ବାରିକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲିକ ପ୍ରମୁଖ ଯୋଗ ଦେଇ କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟରେ ବିଜେଡି ସରକାରଙ୍କ ଜନ ମାରଣ ନୀତି ଆପଣାଉଥିବା ଅଭିଯୋଗ କରିଛନ୍ତି ।

ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ପଣ୍ଡିତ ନେହୁେରଙ୍କ ଜନ୍ମ ତିଥି ଠାରୁ ସମଗ୍ର ଦେଶରେ ଜନ ଜାଗରଣ ଯାତ୍ରା ଅନୁଷ୍ଠିତ ହେଉଛି । କେନ୍ଦ୍ରରେ ବିଜେପି ସରକାର ଓ ରାଜ୍ୟରେ ବିଜେଡ଼ି ସରକାର ଉଭୟ ମିଶି ପେଟ୍ରୋଲ ଡିଜେଲ ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ଅହେତୁକ ବୃଦ୍ଧି କରିଛନ୍ତି ।

ଫଳରେ ସାଧାରଣ ଖଟିଖିଆ ମଜୁରିଆଙ୍କ ଉପରେ ଏହାର ସିଧା ପ୍ରଭାବ ପଡୁଛି । ରାଜ୍ୟରେ ବିଜେଡି ସରକାର ଅମଳରେ ନାରୀ ନିର୍ଯ୍ୟାତନା ବଢ଼ିବାରେ ଲାଗିଛି । କଂଗ୍ରେସ ଏହାର ପ୍ରତିବାଦ ଜାରି ରଖିବ ବୋଲି କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ବାଳ କହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Nov 29, 2021, 9:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.