ETV Bharat / state

ଧାନମଣ୍ଡି ସମସ୍ୟା ନେଇ ବିଜେପିର ଦାବିପତ୍ର

author img

By

Published : Dec 22, 2022, 12:30 PM IST

ଧାନମଣ୍ଡି ସମସ୍ୟା ନେଇ ଜଗତସିଂହପୁର ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି ( jagatsinghpur mandi problem ) । ତୁରନ୍ତ ଧାନମଣ୍ଡି ଖୋଲିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

bjp give memorandum to collector
ଧାନମଣ୍ଡି ସମସ୍ୟା ନେଇ ବିଜେପିର ଦାବିପତ୍ର

ଧାନମଣ୍ଡି ସମସ୍ୟା ନେଇ ବିଜେପିର ଦାବିପତ୍ର

ଜଗତସିଂହପୁର: ଜିଲ୍ଲାରେ ଧାନକ୍ରୟ ବ୍ୟବସ୍ଥାରେ ଅନିୟମିତତା ଦେଖିବାକୁ ମିଳଛି । ବ୍ୟବସ୍ଥାର ରାଜ୍ୟ ସରକାରଙ୍କ ଭୁଲ ଓ ଖାମଖିଆଲି ମନୋଭାବ କାରଣରୁ ବର୍ଷବର୍ଷ ଧରି ଚାଷୀମାନେ ଉପେକ୍ଷିତ, ଅବହେଳିତ ଓ ଦାରିଦ୍ର୍ୟତାର ଶିକାର ହେଉଛନ୍ତି । ଯାହାକୁ ନେଇ ବର୍ଷିଛି ଜିଲ୍ଲା ବିଜେପି । ଧାନମଣ୍ଡି ସମସ୍ୟା ନେଇ ଜିଲ୍ଲା ବିଜେପି ପକ୍ଷରୁ ପ୍ରତିବାଦ କରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ବରେ ବିଜେପି କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ସେଠାରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକା ଦାବିପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଦାବିପତ୍ର ଗ୍ରହଣ କରାଯାଇଛି । ଜିଲ୍ଲା ବିଜେପି ଅଭିଯୋଗ କରିଛି ଯେ, ନିର୍ବାଚନ ଥିବାରୁ ରାଜ୍ୟ ସରକାର ବରଗଡ଼ ଜିଲ୍ଲାରେ ନଭେମ୍ବର ମାସରୁ ମଣ୍ଡି ଖୋଲି ଦେଇଥିଲେ । କିନ୍ତୁ ଡିସେମ୍ବର ଶେଷ ହେବାକୁ ବସିଥିଲେ ମଧ୍ୟ ଜଗତସିଂହପୁର ଜିଲ୍ଲାରେ ମଣ୍ଡି ଖୋଲି ପାରିଲା ନାହିଁ । ତୁରନ୍ତ ପ୍ରଶାସନ ଜିଲ୍ଲାରେ ମଣ୍ଡି ଖୋଲିବା ସହ କଟନୀ ଛଟନୀ ଉପରେ ଦୃଷ୍ଟି ଦେବାକୁ କୁହାଯାଇଛି । ଯଦି ଧାନମଣ୍ଡି ଖୋଲିବାରେ ବିଳମ୍ବ ହୁଏ ତେବେ ବିଜେପି ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦେଇଛି ।

ଏହା ବି ପଢନ୍ତୁ....ବିଜେଡ଼ିରେ ବିଦ୍ରୋହ, ବନ୍ଧୁ ମିଳନ ଉତ୍ସବରେ ବିଧାୟକଙ୍କୁ ନିଶାନା

ବିଜେପି ଆହୁରି କହିଛି, ଧାନମଣ୍ଡିରେ ଚାଷୀଙ୍କ ଧାନ ନକାଟିବା ଓ ଉପଯୁକ୍ତ ବ୍ୟବସ୍ଥା କରାଯାଉ । ପୂର୍ବଭଳି ଟୋକନ ଲାପ୍ସ, କଟନୀ-ଛଟନୀ ସମସ୍ୟା, ମଣ୍ଡିରେ ତ୍ରୁଟିପୂର୍ଣ୍ଣ ପରିଚାଳନା ପ୍ରଶାସନ ଓ ମିଲରଙ୍କ ମଧ୍ୟରେ ପ୍ରିୟାପ୍ରୀତି ପୋଷଣ ବିଶେଷ ଭାବରେ ଚାଷୀ ମାନଙ୍କ ଚିନ୍ତାର କାରଣ ହୋଇଛି । ଏ ଦିଗରେ ବିଶେଷ ଗୁରୁତ୍ବ ଦିଆଯାଉ ।

ଏହା ବି ପଢନ୍ତୁ...ରାଜ୍ୟରେ ଧାନକିଣା ଦୁର୍ନୀତି, ପୀୟୁଷ ଗୋଏଲଙ୍କୁ ଭେଟିଲେ ବିଜେପି ସାଂସଦ

ପ୍ରକାଶ ଥାଉକି, ସଂସଦରେ ଶୀତ ଅଧିବେଶନ ଚାଲିଥିବାବେଳେ ରାଜ୍ୟରେ ଧାନମଣ୍ଡି ସମସ୍ୟା ନେଇ ରାଜ୍ୟ ବିଜେପି ସାଂସଦ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଭେଟିଥିଲେ । ରାଜ୍ୟରେ ଧାନକିଣାବିକାରେ ଦୁର୍ନୀତି ଓ ମଣ୍ଡି ପରିଚାଳନାରେ ଅବ୍ୟବସ୍ଥାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ କେନ୍ଦ୍ର ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଭେଟିଥିଲେ ବିଜେପି ସାଂସଦ । କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଚାଷୀଙ୍କ ସମସ୍ୟାରେ ହସ୍ତକ୍ଷେପ କରିବାକୁ ଦାବି କରିଥିଲେ ପ୍ରତିନିଧି ଦଳ । ଖୁବଶୀଘ୍ର ଏ ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.