ETV Bharat / state

ପୁଅର ହତ୍ୟାକାରୀଙ୍କୁ ମିଳୁନି ଦଣ୍ଡ, ନ୍ୟାୟ ନଚେତ୍‌ ଇଚ୍ଛାମୃତ୍ୟୁ ମାଗିଲେ ମାଆ - ଅମୃତ ଦାସ ହତ୍ୟା ଘଟଣା

ଭେଣ୍ଡିଆ ପୁଅକୁ ହରାଇ ପଥର ପାଲଟିଛି ମାଆ । ଆଖିରୁ ଲୁହ ସୁଖି ଗଲାଣି । ନ୍ୟାୟ ପାଇଁ ଦୌଡି ଦୌଡି ଥକି ଗଲାଣି । ହେଲେ ପୁଅର ହତ୍ୟାକାରୀଙ୍କୁ ଦଣ୍ଡ ମିଳୁନାହିଁ । 3 ବର୍ଷ ତଳେ ପୁଅକୁ ହରାଇ ଅସହାୟ ମାଆ ଏବେ ଆବେଦନ କରିଛନ୍ତି ଇଚ୍ଛାମୃତ୍ୟୁ(Euthanasia) । ଅଧିକ ପଢନ୍ତୁ

ଇଚ୍ଛାମୃତ୍ୟୁ ପାଇଁ ତାଙ୍କ ମାଆଙ୍କ ସରକାରଙ୍କ ପାଖରେ ନିବେଦନ

author img

By

Published : May 10, 2022, 10:47 AM IST

ଜଗତସିଂହପୁର: ଭେଣ୍ଡିଆ ପୁଅକୁ ହରାଇ ପଥର ପାଲଟିଛି ମାଆ । ଆଖିରୁ ଲୁହ ସୁଖି ଗଲାଣି । ନ୍ୟାୟ ପାଇଁ ଦୌଡି ଦୌଡି ଥକି ଗଲାଣି । ହେଲେ ପୁଅର ହତ୍ୟାକାରୀଙ୍କୁ ଦଣ୍ଡ ମିଳୁନି । 3 ବର୍ଷ ତଳେ ପୁଅକୁ ହରାଇ ଅସହାୟ ମାଆ ଏବେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି । ଆମେ କହୁଛୁ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ବହୁ ଚର୍ଚ୍ଚିତ ଅମୃତ ଦାସ ହତ୍ୟା ମାମଲା କଥା । ଅମୃତ ଦାସଙ୍କ ମାଆ ସୁଲଚନା ଦାସ ସରକାରଙ୍କୁ ଇଛା ମୃତ୍ୟୁ ପାଇଁ ନିବେଦନ କରିଛନ୍ତି ।

ଇଚ୍ଛାମୃତ୍ୟୁ ପାଇଁ ତାଙ୍କ ମାଆଙ୍କ ସରକାରଙ୍କ ପାଖରେ ନିବେଦନ

ପୁଅର ହତ୍ୟା ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ନଚେତ ତାଙ୍କୁ ଇଚ୍ଛାମୃତ୍ୟୁ ଦିଆଯାଉ ବୋଲି କହିଛନ୍ତି । ଯାହାକୁ ନେଇ ସେ ରାଷ୍ଟ୍ରପତି, ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି, ରାଜ୍ୟପାଳ, ଓ ଓଡ଼ିଆ ସରକାରଙ୍କୁ ନିବେଦନ କରିଛନ୍ତି । ସୁଲୋଚନା ଅଭିଯୋଗ କରିଛନ୍ତି ଯେ, 2019 ମସିହା ଜୁଲାଇ 20ରେ ତାଙ୍କ ପୁଅଙ୍କୁ କେତେକ ଦୁର୍ବୁତ୍ତ ଘରୁ ଡାକିନେଇ ତିର୍ତ୍ତୋଲ ଥାନା ବାଲିପାଟଣା ନିକଟରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ।

ଯାହାକୁ ନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଥିଲା । ମାତ୍ର ପୋଲିସ ଏହି ଘଟଣାରେ ତଦନ୍ତ ନକରି କେସକୁ ବନ୍ଦ କରିଦେଇଥିଲା । ଏହାପରେ ପରିବାର ଲୋକେ ଅଦାଲତର ଆଶ୍ରୟ ନେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କୁଜଙ୍ଗ ଥାନାରେ ମାମଲା ରୁଜୁ ହୋଇଥିଲା । କିନ୍ତୁ ପୋଲିସ ଠିକ ଭାବେ ତଦନ୍ତ ନ କରିବାରୁ ଦୋଷୀମାନେ ଧାରା ପଡୁନଥିବା କହିଛନ୍ତି ସୁଲୋଚନା । ନ୍ୟାୟ ନ ମିଳିବାରୁ ସୁଲଚନା ଇଚ୍ଛାମୃତ୍ୟୁ ପାଇଁ ନିବେଦନ କରିଥିବା କହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.