ଜଗତସିଂହପୁର: ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ସର୍ବ ଭାରତୀୟ ଜେଇଇ ଓ ନିଟ୍ ପରୀକ୍ଷା ଘୁଞ୍ଚାଇବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଜି ଅପରାହ୍ନରେ ସ୍ଥାନୀୟ ଥାନା ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଯୁବ ଓ ଛାତ୍ରକଂଗ୍ରେସ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ ।
ସେଠାରେ ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲିକ, ରାଜ୍ୟ ଯୁବ କଂଗ୍ରେସ ମୁଖପାତ୍ର ସୁମିତ୍ରା ଜେନା, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ପ୍ରମୁଖ ବିକ୍ଷୋଭ ପଦର୍ଶନ ଓ ନାରାବାଜି କରିବା ସହ, ତୁରନ୍ତ କେନ୍ଦ୍ର ସରକାର ସର୍ବ ଭାରତୀୟ ଜେଇଇ ଓ ନିଟ୍ ପରିଖ୍ୟାକୁ ଘୁଞ୍ଚାଇବାକୁ ଦାବି କରିଥିଲେ ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ