ETV Bharat / state

ଜଗତସିଂହପୁରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକ (Biju Patnaik Death Anniversary)ପାଳିତ । ଅଧିକ ପଢନ୍ତୁ

ଜଗତସିଂହପୁରର ବିଭିନ୍ନ ସ୍ଥାନରେ ବିଜୁ ବାବୁଙ୍କ 25 ତମ ଶ୍ରାଦ୍ଧ ବାର୍ଷିକ ପାଳିତ

author img

By

Published : Apr 17, 2022, 3:09 PM IST

ଜଗତସିଂହପୁର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକ(Biju Patnaik Death Anniversary) । ଏହି ଅବସରରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଦିବସ ପାଳନ କରାଯାଇଛି । ସ୍ଥାନୀୟ ଥାନା ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀ ମାଲ୍ୟାର୍ପଣ କରିଥିଲେ ।

ଜଗତସିଂହପୁରରେ ପ୍ରବାଦ ପୁରୁଷ ବପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ

ସେହିପରି ବିଜୁ ଜନତାଦଳ(BJD) ପକ୍ଷରୁ ସ୍ଥାନୀୟ ସାରଦା ମଣ୍ଡପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ହେଉଛନ୍ତି ଓଡ଼ିଆ ଜାତିର ଅସ୍ମିତା । ଓଡିଶାର ଉନ୍ନତି ପାଇଁ ସେ ନିଜକୁ ଉତ୍ସର୍ଗ କରିଥିଲେ । ତାଙ୍କର ମହାନ କାମ ପାଇଁ ଓଡ଼ିଆ ଜାତି ତାଙ୍କୁ ଚିରଦିନ ମନେରଖିବ ବୋଲି ସଭାରେ ସାମିଲ ହୋଇଥିବା ଅତିଥି ମତ ରଖିଥିଲେ ।

BJD ପକ୍ଷରୁ ଆୟୋଜିତ ସଭାରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ବିଜେଡି ନଗର ସଭାପତି ପ୍ରିୟବ୍ରତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.