ଜଗତସିଂହପୁର: ଜିଲ୍ଲା ବାର୍ ଆସୋସେସନର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ନିର୍ବାଚନରେ ଜିଲ୍ଲାର ସମସ୍ତ ଓକିଲ ସଂଘ ଭାଗ ନେଇଥିଲେ । ଏହି ନିର୍ବାଚନରେ ସଭାପତି ଭାବେ ପ୍ରମୋଦ ସ୍ୱାଇଁ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ନଳିନୀ ରଞ୍ଜନ ମହାପାତ୍ର ଓ ସହସମ୍ପାଦକ ଭାବେ ଯୁଗପ୍ରଭା ଲେଙ୍କା ନିର୍ବାଚିତ ହୋଇଛନ୍ତି ।
ଓକିଲ ମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରାଯିବାକୁ ନିର୍ବାଚିତ ପ୍ରତିନିଧିମାନେ ମତବ୍ୟକ୍ତ କରିଥିଲେ । ନିର୍ବାଚନକୁ ନେଇ ଜିଲ୍ଲା କୋର୍ଟରେ ଓକିଲ ମାନଙ୍କ ଭିଡ଼ ଜମିଥିଲା । ତେବେ ଶାନ୍ତି ଓ ଶୃଙ୍ଖଳାର ସହ ବାର ଆସୋସେସନର ନିର୍ବାଚନ ଶେଷ ହୋଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ