ETV Bharat / state

ବିଜେଡ଼ିରେ ବିଦ୍ରୋହ, ବନ୍ଧୁ ମିଳନ ଉତ୍ସବରେ ବିଧାୟକଙ୍କୁ ନିଶାନା

ଜଗତସିଂହପୁର ଜିଲ୍ଲାରେ ବିଜେଡିରେ ବିଦ୍ରୋହ। ବନ୍ଧୁମିଳନ ନାମରେ ବିଧାୟକଙ୍କୁ ଟାର୍ଗେଟ । ଅଧିକ ପଢ଼ନ୍ତୁ

author img

By

Published : Dec 18, 2022, 10:39 PM IST

ବିଜେଡ଼ିରେ ବିଦ୍ରୋହ, ବନ୍ଧୁ ମିଳନ ଉତ୍ସବରେ ବିଧାୟକଙ୍କୁ ନିଶାନା
ବିଜେଡ଼ିରେ ବିଦ୍ରୋହ, ବନ୍ଧୁ ମିଳନ ଉତ୍ସବରେ ବିଧାୟକଙ୍କୁ ନିଶାନା
ବିଜେଡ଼ିରେ ବିଦ୍ରୋହ, ବନ୍ଧୁ ମିଳନ ଉତ୍ସବରେ ବିଧାୟକଙ୍କୁ ନିଶାନା

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ବିଜେଡିରେ ବିଦ୍ରୋହ । ବନ୍ଧୁମିଳନ ନାମରେ ବିଧାୟକଙ୍କୁ ଟାର୍ଗେଟ । ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ଅଳସୁଧା ପଞ୍ଚାୟତରେ ବିଜେଡି ନେତା ତଥା ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସଙ୍କ ଦ୍ଵାରା ଆୟୋଜିତ ଏକ ବନ୍ଧୁମିଳନ ସଭାରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଏହି ସଭାରେ ଜଗତସିଂହପୁର ବିଧାୟକଙ୍କୁ ଟାର୍ଗେଟ୍‌ କରିଛନ୍ତି କେତେକ ବିଜେଡି ନେତା । 2024 ସାଧାରଣ ନିର୍ବାଚନରେ ବିଦେଶୀଙ୍କୁ ହଟାଇବାକୁ ଆହ୍ୱାନ ଦେଇଛନ୍ତି ଏହି ନେତା । ଏହି ସଭାରେ ବିଧାୟକଙ୍କୁ ବିଦେଶୀ କହି ତାଙ୍କୁ ହଟାଇବାକୁ ଦାବି କରାଯାଇଛି । ଜଗତସିଂହପୁର ବିଧାୟକ ଭାବେ ପ୍ରଶାନ୍ତ ମୁଦୁଲି ବିଜୟୀ ହେବାପରେ ଜଗତସିଂହପୁରରେ ତାଙ୍କୁ ଦେଖିବାକୁ ମିଳୁନଥିବା ବେଳେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ଅଭିଯୋଗ ହୋଇଛି । ଏଠାରେ ପ୍ରତ୍ୟେକ କାମରେ ଦୁର୍ନୀତି କରାଯାଉଛି ।

ଯାହାକୁ ନେଇ ଲୋକେ ଅତିଷ୍ଠ ହୋଇ ପଡିଲେଣି । ଆଗାମୀ ଦିନରେ ଅମରେନ୍ଦ୍ର ଦାସଙ୍କୁ ସେବା କରିବାରେ ସୁଯୋଗ ଦେବାକୁ ନିବେଦନ କରାଯାଇଥିଲା । ଏହି ସଭାରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବୀଦତ୍ତ ମହାନ୍ତି, ପୂର୍ବତନ ଜଗତସିଂହପୁର ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସ୍ୱାଇଁ, ପୂର୍ବତନ ଉପାଧ୍ୟକ୍ଷ ଲଷ୍ମୀ ଧର ସ୍ୱାଇଁ, ପୂର୍ବତନ ସରପଞ୍ଚ ନରେନ୍ଦ୍ର ବେହେରାଙ୍କ ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ଜଗତସିଂହପୁରରେ ବିଜେଡିରେ ଗୋଷ୍ଠୀ ବିବାଦ ଥିବା ସ୍ପଷ୍ଟ ହୋଇଛି । ଏ ସମ୍ପର୍କରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.