ETV Bharat / state

ଜଗତସିଂହପୁରରୁ ଆଜି ଚିହ୍ନଟ ହେଲେ ସର୍ବାଧିକ 94 କୋରୋନା ପଜେଟିଭ

author img

By

Published : Sep 9, 2020, 10:36 PM IST

ଜଗତସିଂହପୁର ଜିଲ୍ଲାରେ ଆଜି(ବୁଧବାର) 94 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଆଜି ସଂନ୍ଧ୍ୟା ସୁଦ୍ଧା ଜିଲ୍ଲାରେ ମୋଟ 94 ଜଣ କୋରୋନା ପଜେଟିଭ ଚିହ୍ନଟ ହୋଇଥିବାବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2,551 ରେ ପହଞ୍ଚିଛି।

jagatsinghpur
ଚିହ୍ନଟ ହେଲେ ସର୍ବାଧିକ 94 କୋରୋନା ପଜେଟିଭ

ଜଗତସିଂହପୁର: ରାଜ୍ୟରେ ପ୍ରତିଦିନ 3ହଜାରୁ ଉର୍ଦ୍ଧ୍ବ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ସବୁ ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଜଗତସିଂହପୁର ଜିଲ୍ଲାରେ ଆଜି(ବୁଧବାର) 94 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ବାଲିକୁଦାରୁ 13, ବିରିଡିରୁ 5, ଏରସମାରୁ 10, ନାଉଗାଁରୁ 1, ଜଗତସିଂହପୁର ବ୍ଲକରୁ 12, ଜଗତସିଂହପୁର ସହରରୁ 5, କୁଜଙ୍ଗରୁ ସର୍ବାଧିକ 25, ପାରାଦୀପରୁ 4, ରଘୁନାଥପୁରରୁ 4, ତ୍ରିର୍ତ୍ତୋଲରୁ 13, କଟକ ଓ ଖୋର୍ଦ୍ଧାରୁ ଆସିଥିବା 2 ଜଣ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧିନ ଥିବା ସମୟରେ ସଂକ୍ରମିତ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଆଜି ସଂନ୍ଧ୍ୟା ସୁଦ୍ଧା ଜିଲ୍ଲାରେ ମୋଟ 94 ଜଣ କୋରୋନା ପଜେଟିଭ ଚିହ୍ନଟ ହୋଇଥିବାବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2,551 ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ 1,712 ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଏବେସୁଦ୍ଧା 833 ଜଣ ସକ୍ରିୟ କୋରୋନା ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 6 ରେ ସ୍ଥିର ରହିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.