ETV Bharat / state

ଲକଡାଉନରେ ଘରକୁ ଫେରିଲା ସ୍ବାମୀ, ହାତୁଡିରେ ହତ୍ୟାକଲା ପତ୍ନୀର ପ୍ରେମିକ - ଜଗତସିଂହପୁର ସଲିମ ଅଲ୍ଲୀ ହତ୍ୟାକାଣ୍ଡ

କଟକ ୫୫ ନଂ ଜାତୀୟ ରାଜପଥ ନୂଆଦା ଛକ ନିକଟରେ ଗତ ୧୩ ତାରିଖରେ ଉଦ୍ଧାର ହୋଇଥିବା ମୃତଦେହର ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ କରିଛି ଜିଲ୍ଲା ପୋଲିସ । ତେବେ ଘଟଣାଟିକୁ ପ୍ରଥମେ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ପୋଲିସ ସନ୍ଦେହ କରୁଥିଲା । ମାତ୍ର ତଦନ୍ତକୁ ଜୋରଦାର କରାଯିବା ପରେ ଏହା ଭିତରେ ଥିବା ପରକୀୟା ପ୍ରୀତି ସାମ୍ନାକୁ ଆସିଥିଲା । ଅଧିକ ପଢନ୍ତୁ....

husband-returned-home-in-lockdown-brutally-murdered-by-wifes-boyfriend
ଲକଡାଉନରେ ଘରକୁ ଫେରିଥିଲା ସ୍ବାମୀ, ବିଭତ୍ସ ଭାବେ ହତ୍ୟାକଲା ପତ୍ନୀର ପ୍ରେମିକ
author img

By

Published : Jun 24, 2020, 9:07 PM IST

Updated : Jun 24, 2020, 9:34 PM IST

ଜଗତସିଂହପୁର: ପରକୀୟା ପ୍ରୀତିରୁ ସ୍ବାମୀକୁ ହତ୍ୟା । ପ୍ରେମୀ ଯୁଗଳଙ୍କ ପ୍ରେମରେ ଲକଡାଉନ ହେଲା ଫାଟ । କାରଣ ତାଲାବନ୍ଦ ଯୋଗୁଁ ଘରକୁ ଫେରିଥିଲା ସ୍ବାମୀ । ତେଣୁ ରାସ୍ତାରୁ ସ୍ବାମୀକୁ ହଟାଇବା ପାଇଁ ଷଡଯନ୍ତ୍ର ରଚିଲା ପ୍ରେମିକ । ନିସ୍ତବ୍ଧ ଜଙ୍ଗଲକୁ ଡାକି ନେଇ କରିଥିଲା ହତ୍ୟା । ଆଉ ହତ୍ୟାକୁ ପରେ ଦେଲା ଆତ୍ମହତ୍ୟାର ରୂପ ।

ଲକଡାଉନରେ ଘରକୁ ଫେରିଥିଲା ସ୍ବାମୀ, ବିଭତ୍ସ ଭାବେ ହତ୍ୟାକଲା ପତ୍ନୀର ପ୍ରେମିକ

କଟକ ୫୫ ନଂ ଜାତୀୟ ରାଜପଥ ନୂଆଦା ଛକ ନିକଟରେ ଗତ ୧୩ ତାରିଖରେ ଉଦ୍ଧାର ହୋଇଥିବା ମୃତଦେହର ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ କରିଛି ଜିଲ୍ଲା ପୋଲିସ । ତେବେ ଘଟଣାଟିକୁ ପ୍ରଥମେ ଦୁର୍ଘଟଣା ଜନିତ ମୃତ୍ୟ ବୋଲି ପୋଲିସ ସନ୍ଦେହ କରୁଥିଲା । ମାତ୍ର ତଦନ୍ତକୁ ଜୋରଦାର କରାଯିବା ପରେ ଏହା ଭିତରେ ଥିବା ପରକୀୟା ପ୍ରୀତି ସାମ୍ନାକୁ ଆସିଥିଲା । ଯାହାକୁ ଆଧାର କରି ଅଭିଯୁକ୍ତ ଏସକେ ସବର ଅଲ୍ଲୀକୁ ଗିରଫ କରିବା ସହିତ ଆଜି କୋର୍ଟ ଚାଲାଣ କରିଛି ଜଗତସିଂପୁର ପୋଲିସ ।

ଉଲ୍ଲେଖଥାଉ କି, ଗତ ୧୩ ତାରିଖ ଦିନ ଜିଲ୍ଲା ନୂଆଦା ଛକ ନିକଟରୁ ଏକ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ ଯୁବକ ଜଣକ ଏରସମା ବ୍ଲକ ଗଡବିଶନପୁର ପଞ୍ଚାୟତ କଟି କଳୋଦା ଗାଁର ସଲିମ ଅଲ୍ଲୀ ସାହା ବୋଲି ଜଣାପଡିଥିଲା । ସଲିମ ତାଙ୍କ ଶ୍ବଶୁର ଘର ନୁଆଦାକୁ ଆସିଥିବା ବେଳେ ସେହି ଗ୍ରାମର ଏସକେ ସବର ଅଲ୍ଲୀ ତାଙ୍କୁ ଡାକି ନେଇ ସେକ୍ ପାଟଣା ଅଞ୍ଚଳର ଜଙ୍ଗଲିଆ ସ୍ଥାନରେ ହାତୁଡିରେ ପିଟି ହତ୍ୟା କରିଥିଲା । ଏହାକୁ ଦୁର୍ଘଟଣାର ରୂପ ଦେବାକୁ ୫୫ ନଂ ଜାତୀୟ ରାଜପଥ କଡରେ ମୃତଦେବକୁ ଫିଙ୍ଗି ଦେଇଥିଲା ସବର । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୋଲିସ ଖୋଳତାଡ ଆରମ୍ଭ କରିଥିଲା । ଶେଷରେ ହତ୍ୟାକୁ ଆତ୍ମହତ୍ୟା ରୂପ ଦେଇଥିବା ହତ୍ୟାକାରୀ ସବର ଅଲ୍ଲୀ ପାଖରେ ପହଞ୍ଚିଥିଲା ପୋଲିସ ।

ଗିରଫ ପରେ ହତ୍ୟାକାଣ୍ଡର ରହସ୍ୟ ଖୋଲିଛି ସବର ଅଲ୍ଲୀ । ସେ କହିବା ଅନୁସାରେ, ମୃତ ସଲିମ ଅଲ୍ଲୀଙ୍କ ପତ୍ନୀଙ୍କୁ ପ୍ରେମ କରୁଥିଲେ ସବର ଅଲ୍ଲୀ । ମୃତ ସଲିମ ହାଇଦ୍ରାବାଦର ଏକ ଘରୋଇ ହୋଟେଲରେ ରହି କାମ କରନ୍ତି । ଫଳରେ ଘରେ ସଲିମଙ୍କ ସ୍ତ୍ରୀ ଏକା ଥିବାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । କିନ୍ତୁ ଲକଡାଉନ ଫଳରେ ମୃତ ସଲିମ୍ ଘରକୁ ଫେରିଥିଲେ । ଏହା ଦେଖି ପ୍ରେମିକ ସବର ଅଲ୍ଲୀ ସ୍ବାମୀ ସଲିମଙ୍କୁ ରାସ୍ତାରୁ ହଟାଇବାକୁ ହତ୍ୟା ଷଡଯନ୍ତ୍ର ରଚିଥିଲା । ଅନ୍ୟପଟେ ଏନେଇ ମୃତ ସଲିମଙ୍କ ପତ୍ନୀଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Last Updated : Jun 24, 2020, 9:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.