ଜଗତସିଂହପୁର: ହାଟରେ ଦୁର୍ବୃର୍ତ୍ତ ମାନେ ନିଆଁ ଲଗାଇ ଦେବାରୁ ଶତାଧିକ ଦୋକାନ ଘର ଜଳି ପାଉଁଶ ହୋଇଯାଇଛି । ଏପରି କିଛି ଅଭାବନୀୟ ଘଟଣା ଘଟଛି ସହରର ପ୍ରମୁଖ ସୋମନାଥ ହାଟରେ ।
ଆଜି ସାପ୍ତାହିକ ହାଟ ନଥିବାରୁ ଜନସମାଗମ ନଥିଲା। ଏହାର ସୁଯୋଗ ନେଇ କେତେକ ଦୁର୍ବୃତ୍ତ ଏକ ଦୋକାନ ଘରେ ନିଆଁ ଲଗାଇ ଖସି ପଳାଇଯାଇଥିବା ଅଭିଯୋଗ ହୋଇଛି । ଚାଁହୁ ଚାଁହୁ ନିଆଁ ସମଗ୍ର ହାଟକୁ ମାଡି ଯାଇଥିଲା। ଫଳରେ ସେଠାରେ ଥିବା 100 ରୁ ଅଧିକ ଦୋକାନ ଘର ସମ୍ପୂର୍ଣ୍ଣ ଜାଳି ଯାଇଥିବା ଦେଖିବାକୁ ମିଳିଛି ।
ଯାହାକୁ ନେଇ ସେଠାରେ ବ୍ୟବସାୟ କରୁଥିବା ବ୍ୟବସାୟୀ ବେସାହାରା ହୋଇ ପଡିଛନ୍ତି । କୋରୋନା ଯୋଗୁ ସେମାନଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିବା ବେଳେ ବର୍ତ୍ତମାନର ଦୋକାନ ପୋଡି ସେମାନଙ୍କୁ ଅସହାୟ କରିଦେଇଛି । ଏହି ସାପ୍ତାହିକ ହାଟ ରେ କିଛି ସ୍ଥାନୀୟ ଅସାମାଜିକ ବ୍ୟକ୍ତି ଆଡ୍ଡା ଜମାଇବା ସହ ମଦ୍ୟପାନ ଓ ବ୍ରାଉନ ସୁଗର ସେବନ କରୁଥିବା ଅଭିଯୋଗ ହୋଇଥିଲା ସୁଦ୍ଧା ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସେମାନଙ୍କ ସହ ସାମିଲ ହୋଇଥିବା ଅଭିଯୋଗ କରିଛନ୍ତି କ୍ଷତିଗ୍ରସ୍ଥ ବ୍ୟବସାୟୀ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ