ETV Bharat / state

ବଜ୍ରପାତରେ ଜଳିଗଲା ୧୦ ବଖରା ଘର: ନିଆଁରେ ପୋଡି ହୋଇ ୨ ଗୁରୁତର

author img

By

Published : May 27, 2023, 1:17 PM IST

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ହରିହାଢି଼ଆ ଗାଁରେ ଅଘଟଣ । ବଜ୍ରପାତରେ ଜଳିଗଲା ୧୦ ବଖରା ଘର । ଦୁଇ ଜଣ ଗୁରୁତର । ଅଧିକ ପଢନ୍ତୁ

ବଜ୍ରପାତରେ ଜଳିଗଲା ୧୦ ବଖରା ଘର
ବଜ୍ରପାତରେ ଜଳିଗଲା ୧୦ ବଖରା ଘର
ବଜ୍ରପାତରେ ଜଳିଗଲା ୧୦ ବଖରା ଘର

ଜଗତସିଂହପୁର: ଘର ଜାଳିଦେଲା ବଜ୍ରପାତ । ଆଜି ଭୋର ସମୟରେ ବଜ୍ରପାତ ହୋଇ ମହିଳା ଓ ଶିଶୁ ଗୁରୁତର ହୋଇଥିବା ବେଳେ 10 ବଖରା ଜଳି ପାଉଁଶ ହୋଇଯାଇଛି । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବରିଆଢି଼ଆ ଗାଁରେ ଘଟିଛି ଏହି ଘଟଣା । ଉଭୟଙ୍କୁ ପ୍ରଥମେ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ବରିଆଢି଼ଆ ଗ୍ରାମରେ ଆଜି ଭୋର 4ଟା ସମୟରେ ଅଚାନକ କାଳବୈଶାଖୀ ଝଡ ମାଡି ଆସିବା ସହିତ ବଜ୍ରପାତ ହୋଇଥିଲା । ଫଳରେ ଗାଁର ରାଧାଶ୍ୟାମଙ୍କ ଘର ଉପରେ ବଜ୍ରପାତ ପଡିବାରୁ ତାଙ୍କ ଘରେ ନିଆଁ ଲାଗି ଯାଇଥିଲା । ପ୍ରବଳ ପବନ ଯୋଗୁ ଚାହୁଁ ଚାହୁଁ ନିଆଁ ବ୍ୟାପି ଯାଇଥିଲା । ଏହି ସମୟରେ ଲୋକେ ଶୋଇଥିବାରୁ ଆସବାବପତ୍ର ଓ ଧାନ ଚାଉଳ ଉଦ୍ଧାର କରିବା ସମ୍ଭବପର ହୋଇନଥିଲା, ଫଳରେ ସମ୍ପୂର୍ଣ୍ଣ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି।

ନିଆଁ ବ୍ୟାପିବା ଯୋଗୁ 10 ବଖରା ଘର ପୋଡି ଯାଇଥିବା ବେଳେ ଘରେ ଶୋଇଥିବା ଜଣେ ମହିଳା ଓ ଜଣେ ଛୋଟ ଶିଶୁ ପୋଡି ଯାଇ ଗୁରୁତର ହୋଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତୁରନ୍ତ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଉଭୟଙ୍କ 90 ପ୍ରତିଶତ ଶରୀର ପୋଡି ଯାଇଥିବା କହିଛନ୍ତି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ । ଅନ୍ୟପଟେ ନିଆଁ ଲାଗିବା ଦେଖି ଗ୍ରାମବାସୀମାନେ ଦମକଳ ବାହିନୀକୁ ଖବର ଦେବା ସହିତ ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରିଥିଲେ । ହେଲେ କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ବହିବାରୁ ନିଆଁକୁ ଆୟତ୍ତ ସମ୍ଭବପର ହୋଇ ପାରିନଥିଲା ।

ଆଜି ସକାଳୁ ଖବର ପାଇ କୁଜଙ୍ଗ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ସ୍ଥିତ ଅନୁଧ୍ୟାନ କରିବା ସହ ଅଗ୍ନିବିପନ୍ନଙ୍କ ସହିତ ଆଲୋଚନା କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଅଗ୍ନିବିପନ୍ନଙ୍କୁ ପଲିଥିନ ଯୋଗାଇ ଦିଆଯିବା ସହିତ ରନ୍ଧା ଖାଦ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ପାଉଛି । ଫଳରେ ବଜ୍ରପାତ ହେବାର ଆଶଙ୍କା ରହୁଛି । ଏହି କାରଣରୁ ଅଚାନକ ବଜ୍ରପାତ ଯୋଗୁଁ ଲୋକେ ପ୍ରଭାବିତ ହେଉଛନ୍ତି ।

ଜଗତସିଂହପୁର ଜିଲ୍ଲାରେ ଚଳିତ ବର୍ଷ ବଜ୍ରପାତ ଯୋଗୁଁ 33 ଜଣଙ୍କର ଜୀବନ ଯାଇଥିବା ବେଳେ ଅନେକ ଗୃହପାଳିତ ପଶୁଙ୍କ ପ୍ରାଣହାନି ଘଟିଛି । ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକେ ବଜ୍ରପାତର ପୂର୍ବ ସୂଚନା ପାଇପାରୁନଥିବାରୁ ଏଭଳି ଅଘଟଣ ଘଟୁଥିବା କହିଛନ୍ତି ଲୋକେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.