ETV Bharat / state

ହିନ୍ଦୁ-ମୁସଲମାନ ଭାଇଚାରାର ଅପୂର୍ବ ନିଦର୍ଶନ ପୀରଙ୍କ ଦୋଳଯାତ୍ର - ଜଗତସିଂହପୁର ଖବର

ନମାଜ ପାଠ, ବେଦ ମନ୍ତ୍ର ଧ୍ବନି। ମୁହଁରେ ହସ, ମଥାରେ ମେଞ୍ଚାଏ ଫଗୁ । ଏଠି ଏକାଠି ହୋଲି ଖେଳନ୍ତି ହିନ୍ଦୁ-ମୁସଲିମ । 500 ବର୍ଷର ପ୍ରଥା, ପରମ୍ପରା । ବାପା ଅଜା ଅମଳରୁ ଭାଇଚାରାର ଏହି ନିଆରା ନିଦର୍ଶନ ଦେଖିଆସୁଛନ୍ତି ଲୋକେ । ଦୋଳ ବେଦୀରେ ଏକାକାର ରାମ ଓ ରହିମ। ଅଧିକ ପଢନ୍ତୁ...

ହିନ୍ଦୁ ଓ ମୁସଲମାନ ଭାଇଚାରାର ଅପୂର୍ବ ନିଦର୍ଶନ ପୀରଙ୍କ ଦୋଳଯାତ୍ର

author img

By

Published : Mar 31, 2021, 5:19 PM IST

ଜଗତସିଂହପୁର: ହିନ୍ଦୁ ଓ ମୁସଲମାନଙ୍କ ଭାଇଚାରାର ନିଆରା ପର୍ବ ଦୋଳ ଯାତ୍ରା। ଯେଉଁଠି ମୁସଲମାନ ନିଜ ହାତରେ ଠାକୁରଙ୍କୁ ବଢ଼ାଇ ଦିଏ ଭୋଗ । ଏଠି ନାହିଁ ଜାତି ପ୍ରଥା କି ସାମ୍ପ୍ରଦାୟିକ ବିଭେଦତା, ଏକତା ଓ ଅଖଣ୍ଡତା ମନ୍ତ୍ରରେ ଦୀକ୍ଷିତ ହୋଇ କେଉଁ ଅନାଦି କାଳରୁ ଚାଲିଆସିଛି ଏହି ପାରମ୍ପରିକ ପରମ୍ପରା ।

ଏହା ସମଗ୍ର ରାଜ୍ୟରେ ନୁହେଁ ଦେଶକୁ ଏକତାର ସୂତାରେ ବାନ୍ଧି ରଖିବାର ସନ୍ଦେଶ ଯୋଗାଉଛି। ରାମ ରହିମ ଏକାକାର ଏଠି। ଏହିଭଳି ନିଆରା ପରମ୍ପରା ଦେଖିବାକୁ ମିଳୁଛି ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ରମ୍ଭାଦେଇ ପୁର ଗ୍ରାମରେ ।

ହିନ୍ଦୁ ଓ ମୁସଲମାନ ଭାଇଚାରାର ଅପୂର୍ବ ନିଦର୍ଶନ ପୀରଙ୍କ ଦୋଳଯାତ୍ର

ଫାଲଗୁନ ଚତୁର୍ଦ୍ଦଶୀ ତିଥିରେ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗତେଶ୍ୱରଙ୍କ ମନ୍ଦିରରୁ ସୁସଜ୍ଜିତ ବିମାନରେ ରାଧାକୃଷ୍ଣଙ୍କୁ ଅଣା ଯାଇଥାଏ। ରମ୍ଭାଦେଇ ପୁରରେ ଥିବା ମୁସଲମାନଙ୍କ ଆରାଧାନର ପୀଠ, ପୀରଙ୍କ ନିକଟକୁ ସୁସଜ୍ଜିତ ବିମାନରେ ପ୍ରଭୁ ରାଧାକୃଷ୍ଣ ଆସିବା ପରେ ମୁସଲମାନ ସମ୍ପ୍ରଦାୟର ଲୋକେ ତାଙ୍କୁ ପାଛୋଟି ନିଅନ୍ତି ।

ପ୍ରଭୁ ରାଧାକୃଷ୍ଣ ବିରାଜମାନ ହୋଇ ମୁସଲମାନ ମନେ ରଖିଥିବା ନୈବେଦ୍ୟକୁ ପ୍ରଭୁଙ୍କ ନିକଟରେ ଅର୍ପଣ କରାଯାଇଥାଏ । ପରେ ନମାଜ ପାଠ ଓ ବେଦ ମନ୍ତ୍ର ଧ୍ୱନିରେ ସମଗ୍ର ଗଗନ ପବନ ମୁଖରିତ ହୁଏ । ପରେ ବିମାନରୁ ଆଜ୍ଞାମାଳ ସହ ଲାଲ ରଙ୍ଗର ଗାମୁଛା ପୀରଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଏ ।

ଏହି ପରମ୍ପରା କେଉଁ କାଳରୁ ରହି ଆସିଛି । ରମ୍ଭାଦେଇ ପୁର ଗ୍ରାମଟି ଏକ ବ୍ରାହ୍ମଣ ଶାସନ ହୋଇ ଥିବାବେଳେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଯେଉଁ ଭାବଗତ ସମନ୍ୱୟ ଦେଖିବାକୁ ମିଳେ ଏହା ସମାଜକୁ ଭାଇଚାରାର ଦିଗ ଦର୍ଶନ ଦେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.