ETV Bharat / state

ପାରାଦୀପ ଲକ ଥାନା ସମ୍ମୁଖରେ ଦିବ୍ୟାଙ୍ଗଙ୍କ ଆତ୍ମହୁତି ଉଦ୍ୟମ - ପାରାଦୀପ ଲକ ଥାନା ଦିବ୍ୟାଙ୍ଗ ଆତ୍ମାହୁତି ଉଦ୍ୟମ

କୁଜଙ୍ଗ ବ୍ଲକ ଅନ୍ତର୍ଗତ କୋଠି ଗ୍ରାମରେ ଦିବ୍ୟାଙ୍ଗଙ୍କୁ ମାଡ଼ ଘଟଣା । ପ୍ରତିବାଦରେ ପାରାଦୀପ ଲକ ଥାନା ସମ୍ମୁଖରେ ଆତ୍ମହୁତି ଉଦ୍ୟମ କରିଥିବା ଦିବ୍ୟାଙ୍ଗଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି ଲକ ଥାନା ପୋଲିସ । ଅଧିକ ପଢନ୍ତୁ...

ଦିବ୍ୟାଙ୍ଗଙ୍କ ପାରାଦୀପ ଲକ ଥାନା ସମୁଖରେ ଆତ୍ମାହୁତି ଉଦ୍ୟମ

author img

By

Published : Oct 28, 2021, 6:32 AM IST

ଜଗତସିଂହପୁର: କୁଜଙ୍ଗ ବ୍ଲକ ଅନ୍ତର୍ଗତ କୋଠି ଗ୍ରାମରେ ଦିବ୍ୟାଙ୍ଗଙ୍କୁ ମାଡ଼ ଘଟଣା । ପ୍ରତିବାଦରେ ପାରାଦୀପ ଲକ ଥାନା ସମ୍ମୁଖରେ ଆତ୍ମହୁତି ଉଦ୍ୟମ କରିଥିବା ଦିବ୍ୟାଙ୍ଗଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି ଲକ ଥାନା ପୋଲିସ । ସୂଚନା ଅନୁଯାୟୀ ଦିବ୍ୟାଙ୍ଗ ହେମନ୍ତ ପ୍ରଧାନ କୋଠି ଗ୍ରାମ ମଧ୍ୟଭାଗରେ ଥିବା ଗାୟତ୍ରୀ ମନ୍ଦିରରେ ଦୀର୍ଘ ୨୦ ବର୍ଷ ଧରି ପୂଜାର୍ଚ୍ଚନା କରିଆସୁଛନ୍ତି l

ଦିବ୍ୟାଙ୍ଗଙ୍କ ପାରାଦୀପ ଲକ ଥାନା ସମୁଖରେ ଆତ୍ମାହୁତି ଉଦ୍ୟମ

ଗତ ୨୪/୧୦ରେ କୋଠି ଗ୍ରାମରେ ଥିବା ଏକ ପରିତ୍ୟକ୍ତ ସ୍ଥାନରେ ପାଇଖାନା ନିର୍ମାଣ କରୁଥିବା ସମୟରେ କୋଠି ଗ୍ରାମର କିଛି ବ୍ୟକ୍ତି ବିରୋଧ କରିବା ସହିତ ଦିବ୍ୟାଙ୍ଗ ହେମନ୍ତ କୁମାର ପ୍ରଧାନଙ୍କୁ ଆକ୍ରମଣ କରିଥିଲେ । ଏହି ବିଷୟରେ ପାରାଦୀପ ଲକଥାନାରେ ଅଭିଯୋଗ କରିଥିଲେ ଦିବ୍ୟାଙ୍ଗ ହେମନ୍ତ ପ୍ରଧାନ l ପୋଲିସ ମଧ୍ୟ ଦିବ୍ୟାଙ୍ଗଙ୍କୁ ମେଡିକାଲରେ ଚିକିତ୍ସା କରାଇ ଆସାମୀ ମାନଙ୍କ ବିରୋଧରେ କେସ ରେଜିଷ୍ଟ୍ରି କରିବା ସହିତ ସେମାନଙ୍କୁ ଗିରଫ କରିଥିଲେ ।

ଗତକାଲି(ବୁଧବାର) କିଛି ଗ୍ରାମବାସୀ ଏବଂ ଅଭିଯୋଗକାରୀ ଦିବ୍ୟାଙ୍ଗଙ୍କ ସଲହାସୁତୁରାରେ ଆସାମୀ ମାନଙ୍କୁ ଥାନାରୁ ନୋଟିସ ବେଲ ପ୍ରଦାନ କରିଥିଲେ l ନୋଟିସ ବେଲ ପାଇ ପୁନର୍ବାର ଦିବ୍ୟାଙ୍ଗ ହେମନ୍ତ ପ୍ରଧାନ ପାଖକୁ ଯାଇ ବେଲ ପେପର ଦେଖାଇବା ସହିତ ଆକ୍ରମଣ କରିଥିଲେ ବୋଲି ଆଜି ଲକ ଥାନା ସମ୍ମୁଖରେ ନ୍ୟାୟ ଦାବିରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ l ପୋଲିସ ଦିବ୍ୟାଙ୍ଗଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିବା ସହିତ ଘଟଣାରେ ତଦନ୍ତ ଜାରି ରଖିଛି l

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.