ETV Bharat / state

ପ୍ରତିଶ୍ରୁତି ନାଁରେ ପ୍ରତାରଣା, ମିତଲ ଷ୍ଟିଲ ପ୍ଲାଣ୍ଟର ପାଚେରୀ ନିର୍ମାଣକୁ ବିରୋଧ - ମିତଲ ଷ୍ଟିଲ ପ୍ଲାଣ୍ଟ

ମିତଲ ଷ୍ଟିଲ ପ୍ଲାଣ୍ଟର ପାଚେରୀ ନିର୍ମାଣକୁ ବିରୋଧ କଲେ ହାଣ୍ଡିଆ ଗ୍ରାମବାସୀ । ପ୍ରତିଶ୍ରୁତି ଦେଇ ପୂରଣ ନକରିବାରୁ ଧାରଣାରେ ବସିଲେ ଗ୍ରାମବାସୀ । ଅଧିକ ପଢନ୍ତୁ

Mittal Steel Plant
Mittal Steel Plant
author img

By

Published : Dec 17, 2022, 2:03 PM IST

Mittal Steel Plant

ଜଗତସିଂହପୁର: ପ୍ରତିଶ୍ରୁତି ନାଁରେ ପ୍ରତାରଣା । ସ୍ଥାୟୀ ନିୟୁକ୍ତି, ମୌଳିକ ସୁବିଧା ଯୋଗାଇ ଦେବା କଥା କହି ଲୋକଙ୍କୁ ଠକି ଦେଲା ଆର୍ସେଲର ମିତଲ ନିପ୍ପନ ଷ୍ଟିଲ କମ୍ପାନୀ । ଫଳରେ କମ୍ପାନୀ ବିରୋଧରେ ନାରାବାଜି ଦେଇ ଧାରଣାକୁ ଓହ୍ଲାଇଛନ୍ତି ଜଗତସିଂହପୁର ନୂଆଗଡ ପଞ୍ଚାୟତ ହାଣ୍ଡିଆ ଗ୍ରାମର ଶତାଧିକ ବିସ୍ଥପିତ ହେବାକୁ ଥିବା ଗ୍ରାମବାସୀ । ଏକ ଶୋଭାଯାତ୍ରାରେ ବାହାରି ନିର୍ମାଣ ହେଉଥିବା କମ୍ପାନୀର ପାଚେରୀ କାର୍ଯ୍ୟକୁ ବନ୍ଦ କରିବା ସହ ଧାରଣାରେ ବସି ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଗିରଫ ଭୟରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି, EDରେ ଅର୍ଚ୍ଚନାଙ୍କ ସହ ମୁହାଁମୁହିଁ ଜେରା

ସେମାନଙ୍କ ଅଭିଯୋଗ ହେଉଛି, ''ପୂର୍ବରୁ ବିସ୍ଥାପିତଙ୍କୁ ଥଇଥାନ, ୧୮ ବର୍ଷରୁ ଊର୍ଦ୍ଧ୍ବ ବେକାର ଯୁବକ ଯୁବତୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ ଗ୍ରାମର ମୌଳିକ ସୁବିଧା ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲା କମ୍ପାନୀ । କିନ୍ତୁ ଏପର୍ଯ୍ୟନ୍ତ ଦେଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରି କରୁନାହିଁ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିବା ସହ କମ୍ପାନୀର ପାଚେରୀ କାର୍ଯ୍ୟକୁ ବନ୍ଦ କରିଛନ୍ତି । ଏଥି ସହ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଧାରଣାରେ ବସି ରହିଛନ୍ତି । ଯେ ପର୍ଯ୍ୟନ୍ତ କମ୍ପାନୀ ଦେଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିନାହିଁ ସେପର୍ଯ୍ୟନ୍ତ ଗ୍ରାମବାସୀମାନେ ଅହୋରାତ୍ର ଧାରଣାରେ ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି ''।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.