ETV Bharat / state

କୁଜଙ୍ଗରେ 40 ଫୁଟର ଘାଇ, ତଳିଆ ଅଞ୍ଚଳରେ ପଶିଲା ମହାନଦୀର ପ୍ରଥମ ବନ୍ୟାଜଳ

author img

By

Published : Aug 4, 2023, 10:07 AM IST

Updated : Aug 4, 2023, 10:59 AM IST

ଜଗତସିଂହପୁର ଜିଲ୍ଲାର ତଳିଆ ଅଞ୍ଚଳରେ ପଶିଲା ମହାନଦୀର ପ୍ରଥମ ବନ୍ୟାଜଳ । ତେରମାଣପୁର ରିଙ୍ଗବନ୍ଧରେ ୪୦ଫୁଟ ଓସାରର ଘାଇ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

forty feet breaches in kujang
forty feet breaches in kujang
forty feet breaches in kujang
Flood affects Tirtol and Kujang block

ଜଗତସିଂହପୁର: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାର ମହାନଦୀ ଓ ଏହାର ଶାଖା ପାଇକା ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ସକାଳୁ ସକାଳୁ କୁଜଙ୍ଗ ବ୍ଲକ ସାଇଲୋ ପଞ୍ଚାୟତ ତେରମାଣପୁର ରିଙ୍ଗବନ୍ଧରେ ୪୦ଫୁଟ ଓସାରର ଘାଇ ସୃଷ୍ଟି ହୋଇଛି । ଫଳରେ ବନ୍ୟାଜଳ ୱାର୍ଡ ନମ୍ବର ୨ ଓ ୩ରେ ପ୍ରବେଶ କରିଛି । ଏଠାରେ ବସବାସ କରୁଥିବା ୨୫୦ ପରିବାର ବନ୍ୟାଜଳ ଦ୍ୱାରା ପ୍ରଭାବିତ ହେଉଛନ୍ତି । ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ସହାୟତା କାର୍ଯ୍ୟ ଆରମ୍ଭ କରାଯାଇଛି । ବନ୍ୟାକୁ ଦୃଷ୍ଟିରେ ରଖି ତିର୍ତ୍ତୋଲ, କୁଜଙ୍ଗ ଓ ରଘୁନାଥପୁର ବ୍ଲକର ପ୍ରଭାବିତ ଅଞ୍ଚଳର ୪୪ଟି ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।

ଜଗତସିଂହପୁର ଜିଲ୍ଲାର ତଳିଆ ଅଞ୍ଚଳରେ ମହାନଦୀର ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି । ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକ ଅଞ୍ଚଳର ସାତଟି ପଞ୍ଚାୟତର ପାଖାପାଖି ଆଠଶହ ପରିବାର ବନ୍ୟାଜଳ ଘେରରେ ରହିଛନ୍ତି । ତରଜଙ୍ଗା ପଞ୍ଚାୟତ କୋଟକଣା ମୁଣ୍ଡାସାହୀର ୧୨ପରିବାର, ତିର୍ତ୍ତୋଲ ମୁଣ୍ଡାସାହୀର ୨୦ପରିବାର, ମଣିଜଙ୍ଗା ପଞ୍ଚାୟତ ମଣିଜଙ୍ଗା ପାଳନ୍ଦାର ୪୨ଟି ପରିବାର ବନ୍ୟାଜଳ ଦ୍ୱାରା ପ୍ରବାହିତ ହେଉଛନ୍ତି । ସେହିପରି ମହାନଦୀର ଶାଖା ପାଇକା ନଦୀ ବନ୍ୟାଜଳରେ ସାମନ୍ତରାପୁର ପଞ୍ଚାୟତ ଅନୁପଲ୍ଲା ଗ୍ରାମର ୨୦ଟି ପରିବାର ପ୍ରଭାବିତ ହୋଇଛନ୍ତି ।

ମହାନଦୀର ମୁଖ୍ୟ ନଦୀବନ୍ଧ ତଥା ତାଳଦଣ୍ଡା କେନାଲ ଉତ୍ତର ପାର୍ଶ୍ୱ ମହାନଦୀ ଅବବାହିକାରେ ବସବାସ କରୁଥିବା ଆଠଶହ ପରିବାର, ସେମାନଙ୍କ ଗୃହପାଳିତ ପଶୁ ପ୍ରଭାବିତ ହୋଇଥିବା ବେଳେ ହଜାର ହଜାର ହେକ୍ଟର ପନିପରିବା ଫସଲ ବନ୍ୟାଜଳରେ ବୁଡି ଯାଇଛି । ବନ୍ୟା ଯୋଗୁଁ ତାଳଦଣ୍ଡା କେନାଲବନ୍ଧ ଓ ବିଭିନ୍ନ ବିଦ୍ୟାଳୟରେ ବନ୍ୟା ବିପନ୍ନ ମାନେ ଆଶ୍ରୟ ନେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ-ମହାନଦୀର ଶାଖା ନଦୀରେ ବଢୁଛି ଜଳସ୍ତର, କଣାସର ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ

ମଣିଜଙ୍ଗା-ତାରତୋଲ ରାସ୍ତାରେ ଦଶଫୁଟ ଉଚ୍ଚତାର ବନ୍ୟାଜଳ ପ୍ରବାହିତ ହେଉଛି। ଏହି ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ହୋଇଛି । କୁଜଙ୍ଗ ବ୍ଲକ ହରିପୁର, ଚୌଧୁରୀକୂଦ ଓ କାଳିକୁଦ ଗ୍ରାମ ଜଳବନ୍ଦୀ ହୋଇଛି । ସ୍ଥାନୀୟ ପଞ୍ଚାୟତ ସହଯୋଗରେ ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ପକ୍ଷରୁ ରିଲିଫ କାର୍ଯ୍ୟ ଆରମ୍ଭ କରାଯାଇଛି। ଗତକାଲି (ଗୁରୁବାର) ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଦିଆଯାଇଥିଲା । ଜଳସମ୍ପଦ ବିଭାଗ ପକ୍ଷରୁ ମହାନଦୀ ଓ ଏହାର ଶାଖା ପାଇକା ନଦୀବନ୍ଧ ବନ୍ୟାଜଳ ଉପରେ ସତର୍କ ନଜର ରଖାଯାଇଛି । ଜିଲ୍ଲାପାଳ ପରୁଲ ପଟୱାରୀ ମହାନଦୀ-ପାଇକା ଦୀପାଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିବା ସହ ତଳିଆ ଅଞ୍ଚଳ ଲୋକମାନଙ୍କୁ ସୁରକ୍ଷିତ ଓ ରିଲିଫ କାର୍ଯ୍ୟ ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପ୍ରଭାବିତ ଅଞ୍ଚଳରେ ଥିବା ବିଦ୍ୟାଳୟକୁ ଛୁଟି ଘୋଷଣା କରିଥିବା ସୂଚନା ମିଳିଛି ।

ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଗୁରୁବାର ଜିଲ୍ଲାପାଳଙ୍କ ପକ୍ଷରୁ ଏକ ଜରୁରୀ ବୈଠକ ଡକାଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ କୁଜଙ୍ଗ, ତିର୍ତ୍ତୋଲ, ବିରିଡି ଓ ରଘୁନାଥ ପୁର ବ୍ଲକର ତଳିଆ ଅଞ୍ଚଳ ଲୋକଙ୍କୁ ଉଚ୍ଚସ୍ଥାନକୁ ଚାଲି ଯିବାକୁ ପରାମର୍ଶ ଦିଆଯାଇଥିଲା । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳ ସ୍କୁଲ ଗୃହକୁ ଆବଶ୍ୟକତା ସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ କୁହାଯାଇଥିଲା । ଜିଲ୍ଲାର ସମସ୍ତ ବିଡ଼ିଓ ଓ ତହସିଲଦାରଙ୍କୁ ସତର୍କ ରହିବା ପାଇଁ କୁହାଯିବା ସହିତ ସମ୍ବେଦନଶୀଳ ନଦୀବନ୍ଧ ପ୍ରତି ସତର୍କ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଗତକାଲି ଠାରୁ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରି ଦିଆଯାଇଛି । ବନ୍ୟା ସମ୍ପର୍କିତ ଖବର ପାଇ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯିବା ସହିତ ହେଲ୍ପ ଲାଇନ ନମ୍ବର ଜାରୀ କରାଯାଇଛି । ଯଦି କୌଣସି ବ୍ୟକ୍ତି କିଛି ଅସୁବିଧାରେ ପଡେ ତେବେ 06724-220638 ଏହି ନମ୍ବରରେ ଯୋଗାଯୋଗ କରିପାରିବେ । ସେହିପରି ବନ୍ୟା ଆଶ୍ରୟ ସ୍ଥଳରେ ଆସ୍କା ଲାଇଟର ବ୍ୟବସ୍ଥା ସହିତ ପର୍ଯ୍ୟାପ୍ତ ପରିମାଣରେ ଜରୁରୀ ଔଷଧ, ଓଆରଏସ, ହାଲୋଜିନ, ମହଜୁଦ ରଖିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଇଟିଭି ଭାରତ, ଜଗତସିଂହପୁର

Last Updated : Aug 4, 2023, 10:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.