ETV Bharat / state

ଜଳମୟ ଜଗତସିଂହପୁର, ୧୪ ଗାଁ ପ୍ରଭାବିତ

author img

By

Published : Aug 5, 2023, 11:47 AM IST

ମହାନଦୀରେ ମଧ୍ୟମ ଧରଣର ବନ୍ୟା । ଫଳରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ଜଗତସିଂହପୁର ଓ ନାଉଗାଁ ବ୍ଲକର ୧୨ ଟି ପଞ୍ଚାୟତର ୧୪ ଟି ଗାଁ ପ୍ରଭାବିତ । ଅଧିକ ପଢନ୍ତୁ

ବନ୍ୟା ବିତ୍ପାତ
ବନ୍ୟା ବିତ୍ପାତ

ବନ୍ୟା ବିତ୍ପାତ

ଜଗତସିଂହପୁର: ରାଜ୍ୟରେ ଦେଖା ଦେଇଛି ବନ୍ୟା ବିତ୍ପାତ । ସାରା ଓଡ଼ିଶାରେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ଜଗତସିଂହପୁର ଓ ନାଉଗାଁ ବ୍ଲକର ୧୨ଟି ପଞ୍ଚାୟତର ୧୪ଟି ଗାଁ ପ୍ରଭାବିତ ହୋଇଛି । ସରକାରୀ ହିସାବରେ ୩ ହଜାରରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଥିବା ଜଣାପଡିଛି । ସେହିପରି ବର୍ତ୍ତମାନ ସୁଦ୍ଧା ୮୨୭ ଜଣ ପ୍ରଭାବିତଙ୍କୁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳକୁ ଅଣାଯାଇଛି । ଏଥିସହ ପ୍ରଭାବିତ ଅଞ୍ଚଳରେ ଗୋଟିଏ ଓଡ୍ରାଫ ଓ ଗୋଟିଏ ଏନଡିଆରଏଫ ଟିମକୁ ରଖାଯାଇଥିବା ବେଳେ ଅଗ୍ନିଶମ ବାହିନୀଙ୍କୁ ୮ଟି ବ୍ଲକରେ ନିୟୋଜିତ କରାଯାଇଛି ।

ସୂଚନା ମୁତାବକ, କୁଜଙ୍ଗ ବ୍ଲକର ତେରମାଣ ଠାରେ ମହାନଦୀରେ ଘାଇ ସୃଷ୍ଟି ହେବା ଫଳରେ ସ୍ଥାନୀୟ ଲୋକେ ପାଣି ଘେରରେ ରହିଛନ୍ତି । ଶହଶହ ହେକ୍ଟର ପରିବା ଚାଷ ନଷ୍ଟ ହୋଇଛି । ଘାଇ ହୋଇଥିବା ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧.୨୭ କୁଇଣ୍ଟାଲ ଚୁଡା ଗୁଡ଼, ୫୦୦୦ ପାଣି ପାଉଜ୍ ବଣ୍ଟନ କରାଯାଇଛି । ସେହିପରି ବନ୍ୟାଯୋଗୁଁ ଡାଇରିଆ ବ୍ୟାପିବାର ସମ୍ଭାବନା ଥିବାରୁ 4ଟି ମେଡ଼ିକାଲ ଟିମ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି । ସେହିଭଳି ଗୃହପାଳିତ ପଶୁ ମାନଙ୍କ ପାଇଁ ଗୋ ଖାଦ୍ୟ ସହିତ ୧୫ଟି ପ୍ରାଣୀ ଚିକିତ୍ସା ଦଳ ପ୍ରଭାବିତ ଅଞ୍ଚଳରେ ଡେରା ପକାଇଛନ୍ତି ।

ସେହିପରି ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ବବଧାନରେ ବନ୍ୟାଞ୍ଚଳରେ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଥିବା ଜିଲ୍ଲା କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ସେହିପରି ବନ୍ୟା ପରିସ୍ଥିତି ଯୋଗୁଁ ତିର୍ତ୍ତୋଲ, କୁଜଙ୍ଗ ଓ ନାଉଗାଁ ବ୍ଲକରେ ମୋଟ ୪୪ଟି ସ୍କୁଲକୁ ଆଜି ପାଇଁ ଛୁଟି ଘୋଷଣା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- ବଢୁଛି ବନ୍ୟା ବିପତ୍ତି, ଜଳବାହିତ ରୋଗ ସହ ବିଷଧରଙ୍କଠାରୁ ସତର୍କ ରହିବାକୁ ସ୍ବାସ୍ଥ୍ଯ ବିଭାଗର ପରାମର୍ଶ

ପ୍ରକାଶ ଥାଉକି, ସେହିପରି ମହାନଦୀରେ ବନ୍ୟା ସ୍ଥିତି ଯୋଗୁଁ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଓ ଅନୁଗୋଳ ବ୍ଲକର ଏକାଧିକ ଗାଁ । ସେହିପରି ଘାଟ ସାହିକୁ ପାଣି ଘେରି ରହିଥିବାରୁ ଲୋକେ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଛନ୍ତି । ହଠାତ ନଦୀ ବଢିବା ଯୋଗୁଁ ସେମାନେ ଜୀବନ ବଞ୍ଚାଇବାକୁ ଘରଦ୍ବାର ଛାଡି ପାଖ ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି । ପାଣି ମାଡ଼ି ଆସିବାରୁ ଗାଁକୁ ସଂଯୋଗ କରୁଥିବା ରାସ୍ତା ଉପରେ 10 ଫୁଟରୁ ଅଧିକ ପାଣି ଚାଲୁଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକାରୀମାନେ ପହଞ୍ଚି ଲୋକଙ୍କ ପାଇଁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେଇଛନ୍ତି । ସେପଟେ ଆଠମଲ୍ଲିକ ଉପଖଣ୍ଡ ମହାନଦୀ ଭିତରେ ଥିବା କୁଦଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଚାରିଆଡେ ବନ୍ୟାଜଳ । ମଝିରେ ରହି ଯାଇଛନ୍ତି ଲୋକେ । ସେଠାରେ ପ୍ରାୟ ୬୩ଟି ପରିବାର ବସବାସ କରୁଥିବା ବେଳେ ନଦୀରେ ବେଳକୁ ବେଳ ପାଣି ବଢୁ ଥିବାରୁ ସେମାନଙ୍କୁ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.