ETV Bharat / state

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ, ଅଭିଯୁକ୍ତ ଗିରଫ - ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ

Firing on a man in Jagatsinghpur on Tuesday
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ, ଅଭିଯୁକ୍ତ ଗିରଫ
author img

By

Published : Jan 5, 2021, 1:33 PM IST

Updated : Jan 5, 2021, 4:57 PM IST

13:27 January 05

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ, ଅଭିଯୁକ୍ତ ଗିରଫ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ, ଅଭିଯୁକ୍ତ ଗିରଫ

ଜଗତସିଂହପୁର: ଜିଲ୍ଲାର ସଦର ଥାନା ନିକଟସ୍ଥ ପଳାଷୋଳ ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ଗୁଳିମାଡ଼ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟିଥିଲା । ତେବେ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି ।

ଗୁଳିମାଡ଼ର ଶିକାର ହୋଇଥିବା ବ୍ୟକ୍ତି ଉକ୍ତ ଗ୍ରାମର ଅଶୋକ କୁମାର ବିଶ୍ବାଳ ବୋଲି ଜଣାପଡି଼ଛି । ଅଶୋକ ଗାଁ ଛକ ନିକଟରେ ବସିଥିବା ସମୟରେ ସେହି ଗ୍ରାମର ସତ୍ୟ ମହାନ୍ତି ନାମକ ଜଣେ ବ୍ୟକ୍ତି ତାଙ୍କୁ ଗାଳି ଗୁଳଜ କରିଥିଲେ। ଏହାକୁ ଅଶୋକ ବିରୋଧ କରିବା ସହ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ଅଭିଯୁକ୍ତ ପୂର୍ବରୁ ଲୁଚାଇ ରଖିଥିବା ଦେଶୀ ବନ୍ଧୁକରୁ ଚାରି ରାଉଣ୍ଡ ଫାୟାରିଂ କରିଥିଲା । ସେଥିରୁ ଗୋଟିଏ ଗୁଳି ଅଶୋକଙ୍କ ମୁଣ୍ଡରେ ବାଜିଥିଲା ।  

ପରେ ଗୁରୁତର ଅବସ୍ଥାରେ ଅଶୋକଙ୍କୁ ପ୍ରଥମେ ଜଗତସିଂହପୁର ମେଡ଼ିକାଲ ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ପୂର୍ବରୁ ସେମାନଙ୍କ ମଧ୍ୟରେ ରାଜନୈତିକ ଶତ୍ରୁତା ଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେବେ ପୋଲିସ ଅଭିଯୁକ୍ତ ସତ୍ୟ ମହାନ୍ତିକୁ ଗିରଫ କରିଛି । 

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Jan 5, 2021, 4:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.