ETV Bharat / state

ପାରାଦ୍ୱୀପ ଠିକାସଂସ୍ଥା ଅଫିସ୍‌ ଉପରକୁ ଗୁଳିମାଡ଼ - ପାରାଦ୍ୱୀପର ଠିକାସଂସ୍ଥା ଅଫିସ ଉପରେ ଗୁଳିମାଡ଼

ବର୍ଷ ଆରମ୍ଭରୁ ଗୁଳିମାଡ଼ । ପାରାଦ୍ୱୀପ ସ୍ଥିତ ତାରିଣୀଗଡ଼ ନିକଟରେ ଗୁଳିକାଣ୍ଡ । ଅଧିକ ପଢ଼ନ୍ତୁ

Firing allegedly
ଗୁଳିମାଡ଼
author img

By

Published : Jan 2, 2023, 9:35 AM IST

ଗୁଳିମାଡ଼

ପାରାଦ୍ବୀପ: ତାରିଣୀଗଡ଼ ନିକଟରେ ଗୁଳିକାଣ୍ଡ । ପାରାଦ୍ୱୀପର ତାରିଣୀଗଡା ସ୍ଥିତ ବ୍ରିଜ ଆଣ୍ଡ ରୁଫ କମ୍ପାନୀ ଉପରକୁ ଦୁର୍ବୃତ୍ତଙ୍କ ଗୁଳିମାଡ । ଗୁଳିମାଡ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଏଥିରେ କେହି ମୃତାହତ ହୋଇନଥିବା ସୂଚନା ।

ସୂଚନା ଅନୁସାରେ, ଗତକାଲି (ରବିବାର) ସକାଳୁ କେତେଜଣ ସନ୍ଦିଗ୍ଧ ପାରାଦ୍ୱୀପର ତାରିଣୀଗଡା ସ୍ଥିତ ବ୍ରିଜ ଆଣ୍ଡ ରୁଫ କମ୍ପାନୀର ମ୍ୟାନେଜରଙ୍କୁ ଫୁଲତୋଡା ଧରି ଭେଟିବାକୁ ଆସିଥିଲେ । ମ୍ୟାନେଜର ଅନୁପସ୍ଥିତ ଥିବା ହେତୁ ମ୍ୟାନେଜରଙ୍କ ରୋଷେୟା ଶୁଭାଶିଷ ଜାନାଙ୍କୁ ଭେଟି ମ୍ୟାନେଜରଙ୍କୁ ଫୁଲତୋଡା ଦେଇ ଦେବାକୁ କହି ଚାଲି ଯାଇଥିଲେ । ପରେ ପୁଣି ଅପରାହ୍ନ 2 ଟାରେ ଆସି ରୋଷେୟାକୁ ମ୍ୟାନେଜର କାହାଁନ୍ତି ବୋଲି ପଚାରିଥିଲେ । ମ୍ୟାନେଜର ନଥିବା ରୋଷେୟା କହିବାରୁ ଏଥିରେ ଉତକ୍ଷୀପ୍ତ ହୋଇ ବ୍ରିଜ ଆଣ୍ଡ ରୁଫ କମ୍ପାନୀର ଏକ କୋଠରୀ ଉପରକୁ ଅଚାନକ ଫାଙ୍କାଗୁଳି ଚାଳନା କରିଥିଲେ । ରୋଷେୟାକୁ ମଧ୍ୟ ମାଡ଼ ମାରିଥିବା ଜଣାପଡିଛି । ଖବରପାଇ ପାରାଦ୍ୱୀପ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହାମଧ୍ୟ ପଢ଼ନ୍ତୁ. ଠିକାଦାରଙ୍କ ଉପରକୁ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଗଲେ

ତେବେ ଏମାନେ କିଏ ଓ କାହିଁକି ଏଠାକୁ ଆସିଥିଲେ ତାହାର କାରଣ ଜଣାପଡ଼ିନି । ସେପଟେ ଏହି ସନ୍ଦିଗ୍ଧ ବ୍ୟକ୍ତିମାନଙ୍କ ସହ ମ୍ୟାନେଜରଙ୍କ କ'ଣ ସମ୍ପର୍କ ରହିଛି ତାହାର ଖୋଳତାଡ଼ କରିଛି ପୋଲିସ । ଏହାସହ କମ୍ପାନୀର ସମସ୍ତ ସ୍ଥାନକୁ ବୁଲି ଦେଖିଛନ୍ତି । ପରେ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଜଗତସିଂହପୁର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.