ETV Bharat / state

ପିପିଏଲ ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଜଗତସିଂହପୁର ଜିଲ୍ଲା ପିପିଏଲ ଛକ ନିକଟରେ ଭୟାବହ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ । ଅଧିକ ପଢନ୍ତୁ...

author img

By

Published : Jan 25, 2021, 9:40 AM IST

Updated : Jan 25, 2021, 9:47 AM IST

ପିପିଏଲ ମାର୍କେଟରେ ଅଗ୍ନିକାଣ୍ଡ
ପିପିଏଲ ମାର୍କେଟରେ ଅଗ୍ନିକାଣ୍ଡ

ଜଗତସିଂହପୁର: ଜିଲ୍ଲାର ପାରାଦ୍ବୀପ ପିପିଏଲ୍ ଛକ ନିକଟରେ ଥିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ଜଳିଯାଇଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ନିଆଁ ଲାଗିବାର କାରଣ ଜଣାପଡିନାହିିଁ ।

ପିପିଏଲ ମାର୍କେଟରେ ଅଗ୍ନିକାଣ୍ଡ

ସୂଚନାନୁସାରେ, ରବିବାର ରାତିରେ ପିପିଏଲ ଛକରେ ଥିବା ମାର୍କେଟରେ ଗୋଟିଏ ଚପଲ ଦୋକାନ,ପାନ କେବିନ ସହିତ ଦୁଇଟି ପରିବା ଦୋକାନ ଓ ଫର୍ନିଚର ଦୋକାନରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଫଳରେ ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା । ଫର୍ନିଚର ଦୋକାନରେ ଥିବା କାଠରେ ନିଆଁ ଲାଗିବାରୁ ନିଆଁର ପ୍ରକୋପ ଏତେ ବଢିଥିଲା ନିଆଁକୁ ଆୟତ କରିବା ସମ୍ଭବ ହୋଇପାରିନଥିଲା । ଫଳରେ ଲକ୍ଷାଧିକ ଟଙ୍କାର ସରଞ୍ଜାମ ପୋଡି ପାଉଁଶ ହୋଇଯାଇଥିଲା । ଏହା ସହିତ ସେଠାରେ ଥିବା ଗୋଟିଏ ଟ୍ରକ ଚକାରେ ମଧ୍ୟ ନିଆଁ ଲାଗିଯାଇଥିଲା । ନିଆଁକୁ ଆୟତ କରିବାକୁ ଲୋକମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ କୁଜଙ୍ଗ ଅଗ୍ନିଶମ ବିଭାଗ ଓ ପି.ପି.ଏଲ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଛି । ତେବେ ଏହି ଅଗ୍ନିକାଣ୍ତର କାରଣ ଜଣାପଡିନାହିଁ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

Last Updated : Jan 25, 2021, 9:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.