ETV Bharat / state

କୁଜଙ୍ଗରେ ଭୟାବହ ଅଗ୍ନିକାଣ୍ଡ, ପୋଡ଼ିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

author img

By

Published : Apr 8, 2021, 8:03 AM IST

ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ଅଗ୍ନିକାଣ୍ଡ ଘଟି 2 ପରିବାରର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଅଧିକ ପଢନ୍ତୁ...

କୁଜଙ୍ଗରେ ଅଗ୍ନିକାଣ୍ଡ, ପୋଡ଼ିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଜଗତସିଂହପୁର: ଜିଲ୍ଲାର କୁଜଙ୍ଗ ତହସିଲ ଅନ୍ତର୍ଗତ ଗଣ୍ଡକିପୁର ପଞ୍ଚାୟତର କାବଲାପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ତେବେ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳିପୋଡି ଯାଇଥିବା ଜଣାପଡିଛି ।

ଗ୍ରାମର ଛବିନ୍ଦ୍ର ବେହେରା ଓ ରବୀନ୍ଦ୍ର ବେହେରାଙ୍କ ଘରେ ଏହି ଅଗ୍ନିକାଣ୍ଡ ଘଟିଛି । ହଠାତ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ବେଳେ ସେମାନଙ୍କ 2ଟି ଖଞ୍ଜା ପୋଡି ପାଉଁଶ ହୋଇଯାଇଛି । ତେବେ ସେହି ସମୟରେ ଘରେ ଥିବା ଗ୍ୟାସ ଟାଙ୍କିରେ ନିଆଁ ଲାଗି ବିସ୍ଫୋରଣ ହେବାରୁ ଧାନଗଦା ଓ କୁଟା ଗଦାରେ ମଧ୍ୟ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକେ ନିଆଁକୁ ଲିଭାଇବା ସହ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ ହୋଇଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.