ଜଗତସିଂହପୁର : କଟକ-ପାରାଦୀପ 15 ନମ୍ବର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଛକ ନିକଟରେ ଏକ ଦଶ ଚକିଆ ଟ୍ରକ ଛିଡ଼ା ହୋଇଥିବାବେଳେ କଟକରୁ ପାରାଦୀପ ଅଭିମୁଖେ ଯାଉଥିବା ଏକ ହୁଣ୍ଡାଇ ସାଣ୍ଟ୍ରୋ କାର ଯାହାର ନମ୍ବର ଏମ.ଏଚ ୦୩ ଏ.ଏମ ୬୦୨୪ ଦ୍ରୁତ ବେଗରେ ଟ୍ରକ ପଛପଟୁ ଧକ୍କା ଦେଇଥିଲା ।
ତେବେ କାରରେ ଥିବା ଦୁଇ ଜଣଙ୍କ ଭିତରୁ ଘଟଣାସ୍ଥଳରେ ଜଣକର ମୄତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ ମହିଳା ହୋଇଥିବା ସୂଚନା ମିଳିଛି । ତାଙ୍କୁ କୁଜଙ୍ଗ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୄତକର ପରିଚୟ ମିଳି ପାରିନଥିବାବେଳେ ଘଟଣାସ୍ଥଳରେ କୁଜଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ