ଜଗତସିଂହପୁର: ଜିଲ୍ଲାର ଏରସମା ଠାରେ ଆଜି(ଗୁରୁବାର) ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡ଼. ଏସ ମୁରଲୀଧରନଙ୍କ ଦ୍ଵାରା ନୂତନ ଭାବେ ଜୁନିଅର ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ କୋର୍ଟର ଭର୍ଚୁଆଲ ମାଧ୍ୟମରେ ଉଦଘାଟିତ ହୋଇଛି । ସେହିପରି ଜଗତସିଂହପୁର କୋର୍ଟ କମ୍ପ୍ଲେକ୍ସ ସ୍ବତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟ ମଧ୍ୟ ଉଦଘାଟିତ ହୋଇଛି ।
ଜିଲ୍ଲାରେ ଏହି କୋର୍ଟରେ ସ୍ବତନ୍ତ୍ର ଭାବେ ପୋକ୍ସୋ ମାମଲା ଗୁଡିକ ବିଚାର କରାଯିବ । ଆଜି(ଗୁରୁବାର) ହାଇକୋର୍ଟର ମୁଖ୍ୟ ବିଚାରପତି ରାଜ୍ୟରେ 15ଟି ଫାଷ୍ଟଟ୍ରାକ କୋର୍ଟ ଓ ଦୁଇଟି ସିଭିଲ ଜୁନିଅର ଡିଭିଜନ କୋର୍ଟର ଉଦଘାଟନ କରିଥିଲେ । ଆଗାମୀ ୫ମାସ ମଧ୍ୟରେ ରାଜ୍ୟରେ ଅଧିକରୁ ଅଧିକ କୋର୍ଟ ଖୋଲାଯାଇ ନ୍ୟାୟିକ ବେବସ୍ଥାକୁ ତ୍ବରାନ୍ବିତ କରାଯାଇ ପାରିବ ବୋଲି ମୁଖ୍ୟ ବିଚାରପତି କହିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ଜିଲ୍ଲା ଦୌରାଜଜ୍ ଆନନ୍ଦ ଚନ୍ଦ୍ର ବେହେରା, କୁଜଙ୍ଗ ଅତିରିକ୍ତ ଜିଲ୍ଲାଜଜ୍ ପ୍ରଣବ କୁମାର ରାଉତରାୟ, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ