ଜଗତସିଂହପୁର: ନବ ନିର୍ମାଣ କୄଷକ ସଂଘ ପକ୍ଷରୁ ଚାଷୀ ସତ୍ୟାଗ୍ରହ । ପାରାଦୀପ ପିପିଏଲ ସାର କାରଖାନା ଫାଟକ ସମ୍ମୁଖରେ ଶତାଧିକ ଚାଷୀ ଶାନ୍ତିପୂର୍ଣ୍ଣ ଭାବେ ସତ୍ୟାଗ୍ରହ ଆରମ୍ଭ କରିଛନ୍ତି । ପିପିଏଲ ସାର କାରଖାନା ନିର୍ମାଣ ସମୟରେ ଚାଷୀମାନେ ନିଜର ଚାଷ ଜମି ହରାଇ ଥିବା ବେଳେ କମ୍ପାନୀ ସେ ସମୟରେ ଜମି ହରାଇ ଥିବା ପରିବାରରୁ ଜଣକୁ ନିଯୁକ୍ତି ଦେବାର ପ୍ରତିଶୄତି ଦେଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ନିଯୁକ୍ତି ମିଳି ନଥିବା ଅଭିଯୋଗ ହୋଇଛି । ୭ ଦଫା ଦାବି ନେଇ ଆରମ୍ଭ ହୋଇଛି ସତ୍ୟାଗ୍ରହ ।
କେବଳ ସେତିକି ନୁହେଁ କିଛି କୈବର୍ତ୍ତ ସମ୍ପ୍ରଦାୟ ଲୋକମାନେ ପ୍ରତିବର୍ଷ ଜଳକର ପଇଠ କରି ଆସୁଥିବା ବେଳେ ୪୩ ଏକର ୮୩ ଡିସିମିଲି ନଦୀକୁ ପିପିଏଲ କମ୍ପାନୀ ନିଜର ପାଚେରୀ ନିର୍ମାଣ କରି ଅବରୋଧ କରିଛି । ଯାହା ଫଳରେ କୈବର୍ତ୍ତମାନେ ମାଛମାରି ପରିବାର ଚଳାଉଥିଲେ । ତାହା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ଯାଇଛି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ଚାଷୀ । ଯେ ପର୍ଯ୍ୟନ୍ତ କମ୍ପାନୀ ପକ୍ଷରୁ ଚାଷୀ ମାନଙ୍କର ଦାବି ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ସତ୍ୟାଗ୍ରହ ଚାଲିବ ବୋଲି ପ୍ରକାଶ କରିଛନ୍ତି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ