ETV Bharat / state

ଜମି ଜଳମଗ୍ନ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ

author img

By ETV Bharat Odisha Team

Published : Sep 17, 2023, 8:57 AM IST

ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଶତାଧିକ ଚାଷୀ । ସମସ୍ୟାର ସମାଧାନ ନ ହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଲା ପକାଇବା ପାଇଁ ଚେତାବନୀ । ଅଧିକ ପଢନ୍ତୁ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ

ଜଗତସିଂହପୁର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଚାଷୀମାନଙ୍କ ଫସଲକୁ ଉଜାଡି ଦେଇଛି । ଲଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଯାହାଫଳରେ ଚାଷଜମି ଗୁଡିକ ଜଳମଗ୍ନ ହୋଇଛି । ବର୍ତ୍ତମାନ ଚାଷୀକୁ ମୁଣ୍ଡରେ ହାତ ଦେଇ ବସିଛି । ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି । ଯାହାକୁ ନେଇ ରଘୁନାଥପୁର ବ୍ଲକ ରାଢଙ୍ଗ ପଞ୍ଚାୟତର ଶତାଧିକ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯଦି ସମସ୍ୟାର ସମାଧାନ ନ ହୁଏ ତେବେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଲା ପକାଇବେ ବୋଲି ଚେତାବନୀ ଦେଇଛନ୍ତି ।

ସୂଚନା ଅନୁଯାୟୀ, ରଘୁନାଥ ପୁର ବ୍ଲକ ରାଢଙ୍ଗ ପଞ୍ଚାୟତର ଶତାଧିକ ଚାଷୀ ଅଭିଯୋଗ କରିଛନ୍ତି, ଯେ ଲଘୁଚାପ ଜନିତ ବର୍ଷା ଯୋଗୁ ପଞ୍ଚାୟତର ଜିରା, ରାଢଙ୍ଗ ଓ କଳିଙ୍ଗା ଗ୍ରାମର ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ଗତ ୯ ତାରିଖରୁ ପାଣିରେ ବୁଡି ରହିଛି ସବୁୁ ଚାଷ ଜମି । ଲଘୁଚାପଜନିତ ବର୍ଷା ସାଙ୍ଗକୁ ୭ ନମ୍ବର,୮ନମ୍ବର ୯ ନମ୍ବର ଓ ୧୦ ନମ୍ବର କେନାଲରେ ପାଣିରହି ଥିବାରୁ ଏହି ଅଞ୍ଚଳରେ ତଳିଆ ଅଞ୍ଚଳରେ ଥିବା ଜମି ଗୁଡିକ ପାଣିରେ ବୁଡି ରହିଛି । ଜଳ ନିଷ୍କାସନ ପାଇଁ ଡ୍ରେନେଜର କୌଣସି ବ୍ୟବସ୍ଥା ନାହିଁ ।କୃଷି ବିଭାଗ ଅଧିକାରୀଙ୍କୁ ଲୋକେ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ।

ଏହା ମଧ୍ୟ ପଢନ୍ତୁ..କାମରେ ଆସୁନି ଚେକଡ୍ୟାମ, ଚିନ୍ତାରେ ଚାଷୀ

ଗତ ଅଗଷ୍ଟ ମାସରେ ଏହି ପଞ୍ଚାୟତର ଚାଷୀମାନେ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ । ପରେ ଲଘୁଚାପଜନିତ ବର୍ଷା ସମେତ କେନାଲରୁ ପାଣି ଛଡ଼ାଯିବା ପରେ ଏବେ ଏହି ଅଞ୍ଚଳରେ ଜମି ଗୁଡିକ ଉପରେ ୨ଫୁଟ ଉପରେ ପାଣି ଜମି ରହିଛି । ଫଳରେ ଧାନ ତଳିଗୁଡିକ ଷଢ଼ି ଗଲାଣି । ଏହି ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ବାରମ୍ବାର ଦାବି କରାଯାଇଥିଲେ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି ଶତାଧିକ ଚାଷୀ ଗତକାଲି(ଶନିବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିବା ସହିତ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଯଦି ଦିନେ ୨ରୁ୩ ମଧ୍ୟରେ ତଳିଆ ଅଞ୍ଚଳ ଜମିରୁ ଜଳ ନିଷ୍କାସନ ନ ହୁଏ । ତେବେ ଆଗାମୀ ଦିନରେ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଲା ପକାଇବାକୁ ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ..ହୀରାକୁଦ ଡ୍ୟାମର ଖୋଲିଲା ଆଉ 6ଟି ଗେଟ, 26ଟି ଗେଟ ଦେଇ ଚାଲିଛି ବନ୍ୟାଜଳ

ଇଟିଭି ଭାରତ,ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.