ETV Bharat / state

'ଫନି': ବିଦ୍ୟୁତ ସଂଯୋଗୀକରଣ ସହ ସଜାଡି ହେଉଛି ଜଗତସିଂହପୁର

'ଫନି'ର ଭୟାଭୟ ତାଣ୍ଡବରେ ଜିଲ୍ଲାରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଧ୍ବସ୍ତ ହୋଇଯାଇଥିବା ସୂଚନା ରହିଛି । ଜଗତସିଂହପୁରରେ 198ଟି ପଞ୍ଚାୟତର 76331 ଜଣ,  3 ଲକ୍ଷ 2ହଜାର 856 ଗୃହ ପାଳିତ ପଶୁଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି । ସମସ୍ତେ ଏବେ ବାତ୍ୟା ଆଶ୍ରୟ ସ୍ଥଳୀରେ ସୁରକ୍ଷିତ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହାସହ ଆଶ୍ରୟସ୍ଥଳୀରେ ସମସ୍ତଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ।

author img

By

Published : May 5, 2019, 11:33 PM IST

ଫଟୋ ସୌଜନ୍ୟ: ପ୍ରତିନିଧି. ଜଗତସିଂହପୁର

ଜଗତସିଂହପୁର: ସାମୁଦ୍ରିକ ଝଡ଼ ବାତ୍ୟା 'ଫନି' ପ୍ରଭାବରେ ସାରା ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୯ରେ ପହଞ୍ଚିଥିବା ସୂଚନା ମିଳିଛି । ଏବେବି ଅନେକ ଚିକିତ୍ସିତ ହେଉଛନ୍ତି । ରାଜ୍ୟ ସରକାରଙ୍କ ପୂର୍ବ ପ୍ରସ୍ତୁତି ଫଳରେ ଅନେକ କ୍ଷୟକ୍ଷତି ଓ ଧନଜୀବନ ହାନିରୁ ବର୍ତ୍ତି ଯାଇଛି ଓଡିଶା । 1999 ମହାବତ୍ୟାର ସର୍ବାଧିକ କ୍ଷତିଗ୍ରସ୍ତ ଜିଲ୍ଲା ଜଗତସିଂହପୁରରେ 'ଫନି' ପୂର୍ବରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । 'ଫନି'ର ଭୟାଭୟ ତାଣ୍ଡବରେ ଜିଲ୍ଲାରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଧ୍ବସ୍ତ ହୋଇଯାଇଥିବା ସୂଚନା ରହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି. ଜଗତସିଂହପୁର

ସେହିଭଳି ବିଦ୍ୟୁତ, ଜଳ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ବରବାଦ ହୋଇଥିବା ସୂଚନା ରହିଛି । ଜଗତସିଂହପୁରରେ 198 ଟି ପଞ୍ଚାୟତର 76331 ଜଣ, 3 ଲକ୍ଷ 2ହଜାର 856 ଗୃହ ପାଳିତ ପଶୁଙ୍କୁ ନିରାପଦ ସ୍ଥାନ
କୁ ନିଆଯାଇଛି । ସମସ୍ତେ ଏବେ ବାତ୍ୟା ଆଶ୍ରୟ ସ୍ଥଳୀରେ ସୁରକ୍ଷିତ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହାସହ ଆଶ୍ରୟସ୍ଥଳୀରେ ସମସ୍ତଙ୍କୁ ଆବଶ୍ୟକୀୟ ସୁବିଧାସୁଯୋଗ ଯୋଗାଇ ଦିଆଯାଉଛି ।

ଏଠାରେ ସୂଚନା ଯୋଗ୍ୟ ଯେ ବାତ୍ୟା 'ଫନି' ଓଡିଶାରେ ଦୀର୍ଘ ୪ରୁ ୫ ଘଣ୍ଟା ଧ୍ବଂସ ଲୀଳା ରଚିବା ପରେ ଛାଡି ଯାଇଛି ଦୁଃଖ । ଏଯାଏଁ କ୍ଷୟକ୍ଷତିର ଆକଳନ ହୋଇନଥିବା ବେଳେ ଓଡିଶା ପାଇଁ କରିଛି ଅପୂରଣୀୟ କ୍ଷତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Intro:byt jagadesha sahoo
executive officer

Body:jagatsinghpur

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.